www.samajalive.in
Sunday, December 7, 2025
14.1 C
Bhubaneswar

ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଭିନବ ଓ କ୍ରାନ୍ତିକାରୀ ପଦକ୍ଷେପ

ଲାଞ୍ଜିଗଡ: ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ କେବଳ ଶିକ୍ଷା ପାଇଁ ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସର୍ବଦା ଚେଷ୍ଟିତ । ଏହି କ୍ରମରେ ଲାଞ୍ଜିଗଡସ୍ଥିତ ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନିର୍ଦ୍ଦେଶରେ ଦୁଇଟି ଅଭିନବ ଓ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ହେଉଛି ସାମୂହିକ ପୁସ୍ତକ ପଠନ ଓ ସପ୍ତାହକୁ ଦିନେ ମୋବାଇଲ ବ୍ୟବହାର ବନ୍ଦ ଉପରେ ଗୁରୁତ୍ୱ ଦେଇଛନ୍ତି । ଉକ୍ତ କ୍ରାନ୍ତିକାରୀ ପଦକ୍ଷେପକୁ ଆଖପାଖ ଅଞ୍ଚଳରେ ଉଚ୍ଚପ୍ରସଂଶା କରିବା ସହିତ ସ୍ୱାଗତ ମଧ୍ୟ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ଉଦାହରଣ ସୃଷ୍ଟି କଲା ଭଳି ଯେଉଁ ଦୁଇଟି ପଦକ୍ଷେପ ନେଇଛନ୍ତି ତାହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ବେଶ ସହଯୋଗ କରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପୁସ୍ତକପଠନ ଅଭ୍ୟାସରୁ ଧିରେ ଧିରେ ଦୂରେଇ ଯାଉଛନ୍ତି । ସମସ୍ତେ ସଟକଟ ମେଥଡ଼କୁ ଉପଯୋଗ ରୂପେ ଗୁରୁତ୍ବ ଦେଉଛନ୍ତି । ଏହାକୁ ହୃଦୟଙ୍ଗମ କରି ଶ୍ରୀ ହୋତା ମହୋଦୟ ଜାରି କରିଛନ୍ତି ସାପ୍ତାହିକ ପୁସ୍ତକ ପଠନ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ଅନୁସାରେ ସପ୍ତାହକୁ ଗୋଟିଏ ଦିନ(ଶନିବାର) ଏକ ଘଣ୍ଟା ପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଫିସ କର୍ମଚାରୀ ଏପରିକି ଅଧ୍ୟକ୍ଷ ମଧ୍ୟ ସାମୂହିକ ପୁସ୍ତକ ପଠନରେ ଯୋଗ ଦେବେ। ନିଜ କାର୍ଯ୍ୟ ଧାରାରୁ ସାମୟିକ ବିରତ ନେଇ ସେମାନେ ନିଜ ପସନ୍ଦର ଗପ ବହି, ଶିକ୍ଷଣୀୟ ତଥା ମୂଲ୍ୟବୋଧ ଭିତ୍ତିକ ପୁସ୍ତକ ପଠନ କରିବେ।

ସେହିପରି ବର୍ତ୍ତମାନ ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ଏହା ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ହୃଦବୋଧ କରି ସଦାନନ୍ଦ ହୋତା ସପ୍ତାହକୁ ଦିନେ ସମସ୍ତଙ୍କ ପାଇଁ ମୋବାଇଲ ମନାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାଥମିକ ପଦକ୍ଷେପ ଭାବେ ସପ୍ତାହର ପ୍ରତି ଶନିବାର ଦିନ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ମୋବାଇଲ ବ୍ୟବହାର କରିବେ ନାହିଁ । ଏହି ସମୟରେ ବିଦ୍ୟାଳୟରେ ଥିବା ଲ୍ୟାଣ୍ଡ ଲାଇନକୁ ଜରୁରୀ କାର୍ୟ୍ୟରେ ବ୍ୟବହାର କରିପାରିବେ । ଏ ସମ୍ପର୍କରେ ଶ୍ରୀ ହୋତା କହିଛନ୍ତି ଯେ, ବିଦ୍ୟାଳୟରେ ପଠନସ୍ପୃହା ବୃଦ୍ଧିଜନିତ ସୁସ୍ଥ ବାତାବରଣ ସୃଷ୍ଟି କରିବା ଏବଂ ମୋବାଇଲର ବହୁଳ ବ୍ୟବହାର ଶିକ୍ଷାଧାରୀଙ୍କ ଉପରେ ଯେପରି ପ୍ରତିକୂଳ ପ୍ରଭାବ ନ ପକାଏ ତାକୁ ଦୃଷ୍ଟିରେ ରଖି ଆମର ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏହି ଦୁଇ ପଦକ୍ଷେପ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories