ବନ୍ୟ ଜୀବଜନ୍ତୁ ଶିକାର ଅଭିଯୋଗରେ ବାପଝିଅ ଗିରଫ
ହରଭଙ୍ଗା : ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ବାପଝିଅ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ସୂଚନା ଅନୁସାରେ, ବୌଦ୍ଧ ଜିଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନବେଳେ ବାପଝିଅ ଗିରଫ ହୋଇଛନ୍ତି। ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଛି। ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.