www.samajalive.in
Sunday, December 14, 2025
23.1 C
Bhubaneswar

ହାଇଦ୍ରାବାଦରେ ଓଡ଼ିଆ ଆଇଆଇଟି ଛାତ୍ରୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଆଇଆଇଟି ହାଇଦ୍ରାବାଦରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲାର ଓଡ଼ିଆ ଛାତ୍ରୀ ମମିତା ନାଏକ(୨୧) ହାଇଦ୍ରାବାଦ ଆଇଆଇଟିରେ ଏମ.ଟେକ୍‌ କରୁଥିଲେ। ରାତିରେ ସବୁ ଛାତ୍ରୀ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବାବେଳେ ମମିତା ଯାଇନଥିଲେ । ଏହାପରେ ତାଙ୍କର ଜଣେ ସହପାଠୀ ତାଙ୍କୁ ଫୋନ କରିଥିଲେ, ମାତ୍ର ସେ ଫୋନ୍‌ ଉଠାଇ ନ ଥିଲେ। ସେ କାହିଁକି ଫୋନ୍‌ ଉଠାଉନାହାନ୍ତି ସନ୍ଦେହ ହେବାରୁ ତାଙ୍କ ରୁମକୁ ଆସି ସହପାଠିନୀମାନେ ଦେଖିଥିଲେ। ଦେଖିବା ପରେ ଜଣାପଡ଼ିଥିଲା ସେ ଆତ୍ମହତ୍ୟା କରିଛନ୍ତି। ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା। ପୁଲିସ ମମିତାଙ୍କ ରୁମରୁ ଗୋଟିଏ ମୃତ୍ୟୁ​‌େ​‌ଲେଖ ଜବତ କରିଛି । ଅର୍ଥାଭାବ ଓ ପାଠପଢ଼ାର ଚାପ କାରଣରୁ ସେ ସୁଇସାଇଡ୍ କରିଥିବା ସେଥିରେ ଉଲ୍ଲେଖ ରହିଥିବା ପୁଲିସ ସୂଚନା ଦେଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories