www.samajalive.in
Friday, December 12, 2025
19.1 C
Bhubaneswar

ସମ୍ବଲପୁରରେ ହେବ ‘କିଷାନ ଡ୍ରୋନ’ କାରଖାନା

ସମ୍ବଲପୁର: ସମ୍ବଲପୁରରେ କୃଷକ ମାନଙ୍କ ପାଇଁ ଚାଷ ପାଇଁ ଏକ ସ୍ୱତନ୍ତ୍ର ଡ୍ରୋନ କାରଖାନା ସ୍ଥାପିତ ହେବାକୁ ଯାଉଛି। ଏହି ମର୍ମରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏହି ଡ୍ରୋନ କାରଖାନା ଏବଂ ଏହାର ବିତରଣ ନିମନ୍ତେ ସମ୍ବଲପୁରର ଯୁବ ସମାଜସେବୀ ତଥା ଶିଳ୍ପପତି ଏରୋ ଏଗ୍ରୋ ଇନୋଭେସନ, କେରଳ ଗ୍ଲୋବାଲ ଏରୋସ୍ପେସ ଓ ମହାରାଷ୍ଟ୍ର ପୁନେ ର ବିହାନ ସ୍ପେଶଟେକ କମ୍ପାନୀ ମିଳିତ ଭାବରେ କାର୍ଯ୍ୟ କରିବେ। ଏହି ଡ୍ରୋନ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇ ବକ୍ତା ମାନେ କହିଥିଲେ ଯେ, ଡ୍ରୋନକୁ ସ୍ୱତନ୍ତ୍ର ରୂପେ ଚାଷ କାର୍ଯ୍ୟ ପାଇଁ ଡିଜାଇନ କରାଯାଇଛି। ଚାଷ କାର୍ଯ୍ୟ ସମୟରେ ପାରମ୍ପରିକ ପନ୍ଥା ଅନୁଯାୟୀ ଫସଲକୁ କିଟପତଙ୍ଗ ଆଦିରୁ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ ସମୟରେ ଚାଷୀର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ, ସାର ସିଞ୍ଚନ ପାଇଁ ଲାଗୁଥିବା ଅଧିକ ସମୟ, ଅଧିକ ପରିମାଣର ପାଣି ଓ ସାରର ବ୍ୟବହାରକୁ କମ କରିବା ଲକ୍ଷ୍ୟ ନେଇ ଏହି ଡ୍ରୋନକୁ ନିର୍ମାଣ କରାଯାଇଛି। ଗୁଜରାଟର ଏକ କମ୍ପାନୀର ସହଯୋଗରେ ସମ୍ବଲପୁରର ଏରୋ ଏଗ୍ରୋ ଇନୋଭେସନ୍ସ ଉପକଣ୍ଠସ୍ଥ କେନଘାଟି ଠାରେ ଏକ ପ୍ଲାଣ୍ଟ କରି ଏହାର ନିର୍ମାଣ ଖୁବ ଶିଘ୍ର ଆରମ୍ଭ କରିବ। ଏହି ଡ୍ରୋନ ଜରିଆରେ ୧ ଏକର ଜମିର ଫସଲକୁ ସାର ସିଞ୍ଚନ କରିବା ପାଇଁ ମାତ୍ର ୫ ରୁ ୧୦ ମିନିଟ ଲାଗିବ। ଫଳରେ ଚାଷୀର ସମୟ ବଞ୍ôଚବା ସହିତ ତାର ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ଏବଂ କମ ଖର୍ଚ୍ଚ ହେବ। ୧ ଏକର ଜମିର ଫସଲକୁ ସିଞ୍ଚନ ପାଇଁ ଡ୍ରୋନର ଖର୍ଚ୍ଚ ମାତ୍ର ୫ ଶହରୁ ୮ ଶହ ଟଙ୍କା ମଧ୍ୟରେ ହେବ। ସେହିଭଳି କମ ସମୟ ମଧ୍ୟରେ ମଞ୍ଜି ବୁଣା ମଧ୍ୟ କରାଯାଇ ପାରିବ। ଏଥି ସହ ଡ୍ରୋନ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ବନ୍ଧୀତ ଅନ୍ୟାନ୍ୟ ସୂଚନା ମଧ୍ୟ ଚାଷୀ ପାଇ ପାରିବ। ଏହି ଡ୍ରୋନ ଦ୍ୱାରା ଅଞ୍ଚଳରେ ଯୁବକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆଗାମୀ ୧୦ ତାରିଖରେ ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଠାରେ ଇସ୍ରୋର ସହଭାଗିତାରେ ଏକ ରକେଟେରି ଆଣ୍ଡ ସ୍ପେସ ଇନୋଭେସନ କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି। ଇସ୍ରୋ ଦ୍ୱାରା ଆରମ୍ଭ କରାଯାଇଥିବା ରକେଟେରି ଏଣ୍ଡ ସ୍ପେସ ପ୍ରୋଗ୍ରାମ ଅର୍ନ୍ତଗତ ଏହି ୨ଟି ପ୍ରକଳ୍ପର ପରିଚାଳନା ପାଇଁ ଭିସୁଟ ସହିତ ଇସ୍ରୋ ଅନୁବନ୍ଧିତ ହୋଇଛି। ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ସମ୍ବଲପୁର ତଥା ଓଡ଼ିଶାବାସୀ ବେଶ ଉପକୃତ ହେବେ। ଭିସୁଟରେ ଆୟୋଜିତ ହେବାକୁ ଥିବା ଇସ୍ରୋ ର ରକେଟେରି ଏଣ୍ଡ ସ୍ପେସ ପ୍ରୋଗ୍ରାମ ଉପରେ ଅନୁଷ୍ଠିତ ହେବାକୁ ଥିବା ସେମିନାରରେ ମୁଖ୍ୟ ଅତିଥି ରୂପେ ଇସ୍ରୋର କ୍ୟାପାସିଟି ବିଲଡିଂ ଓ ପବ୍ଲିକ ଆଉଟରିଚ ର ନିର୍ଦ୍ଦେଶକ ଏନ. ସୁଧୀର କୁମାର ଯୋଗ ଦେବେ। ଏଥିରେ ଭିସୁଟର କୂଳପତି ପ୍ର. ବଂଶୀଧର ମାଝୀ, ଇସ୍ରୋର ନିଶାନ୍ତ କୁମାର, ପ୍ରାକ୍ତନ ବାୟୁସେନା ଭାଇସ ମାର୍ସଲ ସୁରେଶ ସିଂ, ଇସ୍ରୋର ସ୍ପେସ ଟ୍ୟୁଟର ଡ. ଏମ. ଆର. କେ. ମେନନ, ଏରୋ ସ୍ପେସ ଇଞ୍ଜିନିୟର ରାଜେଶ ମୁନେଶ୍ୱର, ଏରୋ ସ୍ପେସ ଏନଥୁସିଆଷ୍ଟ ମାଷ୍ଟର ଅଭିଗ୍ନ, ଭିସୁଟର ପ୍ର. ହରିଶ ସାହୁ ଓ ପ୍ର. ନୂତନ ସାହା ଙ୍କ ସମେତ ସମଗ୍ର ଭାରତ ବର୍ଷର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ସହ ଭିସୁଟ ଛାତ୍ରଛାତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ନିଜର ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସେମିନାରରେ ‘କିଷାନ ଡ୍ରୋନ’ ପ୍ରଦର୍ଶନ କରାଯିବ। ଆଜି ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଡ. ଏମ. ଆର. କେ. ମେନନ, ଏରୋ ସ୍ପେସ ଇଞ୍ଜିନିୟର ରାଜେଶ ମୁନେଶ୍ୱର, ପ୍ର. ହରିଶ ସ।।ହୁ, ପ୍ର. ନୂତନ ସାହା, ବିଶାଳ ଲୋହାନା, ଜୟରାମ ନିଲୋରୀ, ଅକିବ ସୟଦ ଓ ଏରୋ ଏଗ୍ରୋର ଅନ୍ୟତମ ନିର୍ଦ୍ଦେଶକ ସମରଜିତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories