ସମ୍ବଲପୁର: ଆଜି ବି ସମାଜରେ ମାନବିକତା ବଞ୍ଚିରହିଛି। ବତ୍ତମାନ ସାଧାରଣରେ ସ୍ୱ।ର୍ଥପର ଓ ମଣିଶ ପଣିଆ ଆଉ ନଥିବା ନେଇ ବିଭିନ୍ନ ସମୟରେ ଚଚ୍ଚା ହେଉଥିବା ବେଳେ ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭର ତାଙ୍କର ସଚ୍ଚୋଟତା ଓ ମଣିଷପଣିଆ ପରିଚୟ ଦେଖାଇ ଏହି ସବୁ ଅପପ୍ରଚାରକୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି। ଏପରି ଘଟଣା ମଙ୍ଗଳବାର ସମ୍ବଲପୁର ସହରରେ ଘଟିଥିବା ବେଳେ ଏହା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି। ସମ୍ବଲପୁର ମୁଣ୍ଡୋଘାଟରେ ରହୁଥିବା ଅଟୋ ଡ୍ରାଇଭର ଚୁଡ଼ାମଣି ଲୁହା ପ୍ରତିଦିନ ପରି ଯାତ୍ରୀ ଅପେକ୍ଷାରେ ଥିବାବେଳେ ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ ଛକରୁ ୪ ଜଣ ଯାତ୍ରୀ ତାଙ୍କ ଅଟୋକୁ ଭଡ଼ାରେ ନେଇ ଜୁଯୋମୁରା ବ୍ଳକର ପର୍ୟ୍ୟଟନସ୍ଥଳି ଦେଓଝରଣକୁ ବୁଲିବାକୁ ଯାଇଥିଲେ। ତେବେ ସେ ଦେଓଝରଣରୁ ଯାତ୍ରୀଙ୍କ ପୁଣି ଆଣି ଲକ୍ଷ୍ମୀ ଟକିଜ ଛକରେ ଛାଡ଼ି ଦେଇଥିଲା। ତେଣେ ପରେ ଉଭୟ ଯାତ୍ରୀ ଓ ଅଟୋ ଡ୍ରାଇଭର ନିଜ ନିଜ ଘରକୁ ଫେରି ଯାଇଥିଲେ। ପରବର୍ତ୍ତୀ ସମୟରେ ଅଟୋରେ ଯାଇଥିବା ଯାତ୍ରୀ ମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ୮୦୫୦୦ ଟଙ୍କା, ପାନକାଡ, ପରିଚୟ ପତ୍ର, ଏଟିଏମ୍ କାର୍ଡ ଥିବା ଏକ ବ୍ୟାଗ ଅଟୋରେ ଛାଡି ଦେଇଛନ୍ତି। ଏହା ଜାଣିବା ପରେ ସେମାନେ ବିଭିନ୍ନ ସ୍ଥାନରୁ ପଚାରି ବୁଝିବା ପରେ ଅଟୋ ଡ୍ରାଇଭରର ଫୋନ ନମ୍ବର ପାଇବା ପରେ ତାଙ୍କ ସହ ଯୋଗାଯୋଗ କରିବା ପରେ ଅଟୋ ଡ୍ରାଇଭର ତାଙ୍କୁ ବିନା ଲୋଭରେ ସବୁ ଜିନିଷ ଫେରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ଟାଉନ ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଅଟୋ ଡ୍ରାଇଭର ୮୦୫୦୦ ଟଙ୍କା, ପାନକାଡ, ପରିଚୟ ପତ୍ର ,ଏଟିଏମ୍ କାର୍ଡ ଥିବା ବ୍ୟାଗକୁ ଯାତ୍ରୀଙ୍କୁ ପ୍ରଦାନ କରିଥିଲେ।
Popular Categories



