www.samajalive.in
Friday, December 12, 2025
23.1 C
Bhubaneswar

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ ଶିବିର

ଭୁବନେଶ୍ବର: ଯୁଗ୍ମ ଶ୍ରମ ଆୟୁକ୍ତକାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରଚାଳିତଏକ ସହାୟତା ଶିବିର ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୨୫ ଜଣ ଶ୍ରମିକମାନଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୫୦,୦୦୦,୦୦ ଓ ୨୫ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୧,୨୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୫୧ ଜଣ ଙ୍କୁ ୨୫,୫୦,,୦୦୦)- ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୩୫ଜଣଙ୍କୁ ୧,୮୦,୦୦୦)/- ଟଙ୍କା ସର୍ବମୋଟ ୧୩୯ ଜଣଙ୍କୁ ୭୮,୮୫,୦୦୦ /- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତ ସ୍ନିଗ୍ଧା ମିଶ୍ର ଏବଂ ବିଧାୟକ ସୁଶାନ୍ତ କୁମାର ରାଉତ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରମିକ କଲ୍ୟାଣ ଯୋଜନାରେ କିପରି ଅଧିକରୁ ଅଧିକ ଉପକୃତ ହେବେଏବଂ ସେଥି ପାଇଁ ସମସ୍ତଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ।

 

- Advertisement -

ଏହି ଶିବିରରେ ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ଏବଂ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ। ପୁନଶ୍ଚ, ୨୭୫ ଜଣ ନୂତନ ଭାବେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଏହି ଶିବିରକୁ ପ୍ରଭଗୀୟ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ ଏବଂ ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ କଲ୍ୟାଣ ବୋର୍ଡ ସ୍କିମ୍ ବାବଦରେ ଶ୍ରମିକମାନଙ୍କୁ ଅବଗତ କରାଇ ଥିଲେ। ସହକାରୀ ଶ୍ରମ ଅଧିକାରୀ ରଶ୍ମିତା ପାତ୍ର, କାଳୀ ପୁତ୍ର କୁଲଦୀପ ପ୍ରସାଦ ଏବଂ ସୌମ୍ୟା ରଞ୍ଜିତା ଦଳାଇ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ। ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories