www.samajalive.in
Tuesday, December 9, 2025
23.1 C
Bhubaneswar

ହରଭଙ୍ଗାରେ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ହରଭଙ୍ଗା : ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତରେ ରାଜ୍ୟ ପଞ୍ଚାୟତିରାଜ ଜଙ୍ଗଲ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଶ୍ରୀ ଅମାତ ରାମ୍ଭିକଟା ଗ୍ରାମ ନିକଟରେ ଥିବା ବିଜୁଳୀମରା ପାହାଡ଼ ଉପରେ ଏକ ମଠର ଶିଳାନ୍ୟାସ କରିବା ସହିତ ଗ୍ରାମର କୁଲୁତା ସାହି, ପାତ୍ର ସାହି ଓ ଛତ୍ର ସାହିଠାରେ ଗୋଟିଏ ଲେଖାଏଁ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ସେହିପରି ହରେକୃଷ୍ଣପୁରଠାରେ ଏକ ଗ୍ରାମୀଣ ସାପ୍ତାହିକ ହାଟର ଉଦଘାଟନ କରିଥିଲେ। ହରେକୃଷ୍ଣପୁର ଘୁମୁରା ପାହାଡ଼ ଉପରେ ଥିବା ହରିହର ପୀଠର ଭୋଗ ମଣ୍ଡପ ଓ ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ୭ ନଂ ଜିଲାପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସରପଞ୍ଚ କଲ୍ୟାଣୀ ପ୍ରଧାନ, ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ, କରଞ୍ଜକଟା ସରପଞ୍ଚ ନିହାର ଘୋଷଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories