www.samajalive.in
Sunday, December 14, 2025
19.1 C
Bhubaneswar

ଏହି କାରଣପାଇଁ ସାଟେଲାଇଟ୍‌ କରୁଛି ପୃଥିବୀର ସ୍କାନିଂ

ନ୍ୟୁୟର୍କ – ବିଭିନ୍ନ କାରଣ ପାଇଁ ସାଟେଲାଇଟ୍‌ ମାଧ୍ୟମରେ ପୃଥିବୀର ସ୍କାନିଂ କରାଯାଇଥାଏ । କେତେବଳେ ପାଣିପାଗ ପାଇଁ ତ କେତେବେଳେ ବିଭିନ୍ନ ଖଣିଜ ସମ୍ପଦ ବିଷୟରେ ଜ୍ଞାନ ଆରୋହଣ ପାଇଁ । ଏବେ ଏକ ଅଲଗା କାରଣ ପାଇଁ ଆରେୟ ଲାବ୍‌ର ସାଟେଲାଇଟ୍‌ ପୃଥିବୀର ସ୍କାନିଂ କରୁଛି। ଆମେରିକାର ସିଲିକନ୍‌ ଭ୍ୟାଲିରେ ଥିବା ଆରେୟ ଲାବ୍‌ ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ । ଏହା ଟେକନୋଲଜି ଏବଂ ପୃଥିବୀର ଥ୍ରୀଡି ମ୍ୟାପ୍‌ ପ୍ରସ୍ତୁତ କରିଥାଏ । ପୂର୍ବରୁ ଗୁଗୁଲ ଅର୍ଥ ମାଧ୍ୟମରେ ଥ୍ରୀଡି ମ୍ୟାପିଂ କରାଯାଇଛି ।

ଏବେ ଆମେରିକାର ସହ ବିଶ୍ୱର ବିଭିନ୍ନ ଦେଶରେ ଅଟୋ ଡ୍ରାଇଭିଂ ଗାଡିର ବିକ୍ରି ଆରମ୍ଭ ହୋଇଛି । ସେଥିପାଇଁ ରାସ୍ତାଘାଟର ଥ୍ରୀଡି ମ୍ୟାପିଂର ଆବଶ୍ୟକତା ରହିଛି । ଆରେୟ ଲ୍ୟାବ ଏବେ ସାଟେଲାଇଟ୍‌ ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଗୁଗୁଲ୍‌ ମ୍ୟାପିଂ ସାହାଯ୍ୟରେ ଏହା କରାଯାଇଛି । ରାଡାର୍‌ ଏବଂ ସାଇଣ୍ଟିଫିକ୍‌ କମ୍ପ୍ୟୁଟିଂ ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଛି । କମ୍ପାନୀ ପକ୍ଷରୁ ସମଗ୍ର ପୃଥିବୀର ହାଇରେଜଲ୍ୟୁସନ୍‌ ଥ୍ରୀଡି ଡିଜିଟାଲ ରେକର୍ଡ ପ୍ରସ୍ତୁତ କରାଯିବ ବୋଲି ଏହାର ସିଇଓ ଆଣ୍ଡ୍ରେଓ ପିଟିରସନ୍‌ ସୂଚନା ଦେଇଛନ୍ତି ।

- Advertisement -

ଏହା ପ୍ରଥମ ଥର ପାଇଁ ନୁହେଁ । ୨୦୦୩ ମସିହାରୁ ପୃଥିବୀର ଥ୍ରୀଡି ମ୍ୟାପିଂ ଆରମ୍ଭ କରାଯାଇଥିଲା । ଆମେରିକାର ଏୟାରଫୋର୍ସ ରିସର୍ଚ୍ଚ ଲ୍ୟାବ ପକ୍ଷରୁ ଏହା ପ୍ରଥମ ଥର ପାଇଁ କରାଯାଇଥିଲା । ଥ୍ରୀଡି ଡାଟା ଷ୍ଟେରେଜ୍‌ରେ ଏହି ସମୟରେ ସମସ୍ୟା ଦେଖାଦେଇଥିଲା । ମାତ୍ର ଏବେ ଏଥିପାଇଁ ପର୍ଯ୍ୟପ୍ତ ସୁଯୋଗ ସୃଷ୍ଟି ହୋଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories