www.samajalive.in
Sunday, December 14, 2025
23.1 C
Bhubaneswar

ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି; ମୁଖ୍ୟମନ୍ତ୍ରୀଙ୍କୁ ଓଜେୟୁର କୃତଜ୍ଞତା ଜ୍ଞାପନ

ସମ୍ବଲପୁର: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩-୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏବେ ଏହାକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ(ଓଜେୟୁ) ସମ୍ବଲପୁର ଜିଲା ଶାଖା କୃତଜ୍ଞତା ଜ୍ଞାପନ କରିଛି।

ତେବେ ପ୍ରଥମ କରି ଚଳିତ ବର୍ଷ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜିକରଣ ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଥିଲା। ବହୁ ସାମ୍ବାଦିକ ସରକାରଙ୍କ ଏହି ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଗତ ୨୬ ତାରିଖ ଦିନ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଆବେଦନ କରିବାର ତାରିଖ ଅବଧି ବୃଦ୍ଧି କରିବା ପାଇଁ ଓଜେୟୁ ସମ୍ବଲପୁର ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ଜିଲାପାଳଙ୍କ ଜରିଆରେ ଦାବି କରାଯାଇଥିଲା। ସମସ୍ୟାକୁ ଦୃଷ୍ଟିରେ ରଖି ଦାବି ମୁତାବକ ଆବେଦନ କରିବାର ଅବଧି ସରକାର ବୃଦ୍ଧି କରିଥିବାରୁ ଓଜେୟୁ ସମ୍ବଲପୁର ଜିଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ଶ୍ରବଣ ପତି, ସମୀର ଷଡ଼ଙ୍ଗୀ, ରାଜେଶ ବିଭାର, ବିରାଜ ମିଶ୍ର, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories