www.samajalive.in
Sunday, December 14, 2025
15.1 C
Bhubaneswar

କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଆରମ୍ଭ କଲା ହରଭଙ୍ଗା ପିଇଓ ସଂଘ : ଦାବି ପୂରଣ ନହେଲେ ୧୮ରୁ ସାମୁହିକ ଛୁଟି

ହରଭଙ୍ଗା : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନ କ୍ରମେ ସୋମବାର ହରଭଙ୍ଗା ବ୍ଲକ ପିଇଓ ସଂଘର ୧୩ଜଣ କର୍ମକର୍ତ୍ତା କଳାବ୍ୟାଜ ପିନ୍ଧି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରକାଶ ଯେ ଗତ ୩ତାରିଖ ବ୍ଲକ ପିଇଓ ସଂଘ ସଭାପତି ବସନ୍ତ କର୍ଣ୍ଣଙ୍କ ସଭାପତିତ୍ୱରେ ବୌଦ୍ଧ ଜିଲାପାଳଙ୍କ ଉଦେଶ୍ୟରେ ହରଭଙ୍ଗା ବି.ଡି.ଓଙ୍କୁ ୨ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ପିଇଓ ଚାକିରିରେ ପ୍ରବେଶ ନିମନ୍ତେ ଶିକ୍ଷାଗତ ଯୋଗ୍ୟତାକୁ ପରିବର୍ତ୍ତନ କରାଯାଇ ଯୁକ୍ତ ଦୁଇ ଏବଂ ଡିଗ୍ରୀ ଯୋଗ୍ୟତା ମାପଦଣ୍ଡ ରଖାଯାଉ ଏବଂ ପେ ଲେବଲ-୫ରୁ ପେ ଲେବୁଲ -୯କୁ ଉନ୍ନିତ କରାଯାଇ ୨୧ହଜାର୭ଶହ ଟଙ୍କାକୁ ୩୫ହଜାର୪ଶହ ଟଙ୍କା ଦରମା କରାଯାଉ। ଏହା ସହିତ ଦଶବର୍ଷ ଚାକିରୀ ପୂରଣ ପିଇଓଙ୍କ ପଦୋନ୍ନତି ସହିତ ୩୦ରୁ ୪୦ବର୍ଷ ଚାକିରି କରିଥିବା ପିଇଓଙ୍କୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ସଂଘର ଦାବି ପୂରଣ ନକରିବାରୁ ୭ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ସମସ୍ତ ପିଇଓ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ଧମକ ଦିଆଯାଇଥିଲା। ୧୭ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ ଆସନ୍ତା ୧୮ରୁ ସମସ୍ତେ ସାମୁହିକ ଛୁଟିରେ ରହିବା ପାଇଁ ଦାବିରେ ଦର୍ଶାଯାଇଥିଲା। ସଂଘର ନିଷ୍ପତିକ୍ରମେ ଆଜି ବ୍ଲକ୍‌ର ସମସ୍ତ ପିଇଓ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସରକାର ପଞ୍ଚାୟତ ବ୍ୟବସ୍ଥାର ସୁପରିଚାଳନାରେ ପିଇଓଙ୍କ ଭାଗିଦାରୀକୁ ଦୃଷ୍ଟିରେ ରଖି ସଂଘର ଦାବି ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବ୍ଲକ ପିଇଓ ସଂଘ ଦାବି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories