www.samajalive.in
Friday, December 12, 2025
16.1 C
Bhubaneswar

ପ୍ରେରଣାର ଅନ୍ୟ ନାମ ଶ୍ରୀମତି ଇନ୍ଦିରା ଗାନ୍ଧୀ

ଭାରତୀୟ ରାଜନୀତିର ଗୌରବକୁ ଶିଖରରେ ପହଞ୍ଚାଇଥିବା ମହିଳା ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ବାସ୍ତବିକ ନାମ ଇନ୍ଦିରା ପ୍ରିୟଦର୍ଶିନୀ ଥିଲା। ସେ ଦୂରଦର୍ଶୀ ଓ ସାହସୀ ମହିଳା ଥିଲେ। ସେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଥିଲେ। ଇନ୍ଦିରାଙ୍କ ଜନ୍ମ ୧୯ ନଭେମ୍ବର ୧୯୧୭ ମସିହାରେ ଆହ୍ଲାବାଦରେ ଆନନ୍ଦ ଭବନରେ ହୋଇଥିଲା। ସେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଏକ ମାତ୍ର କନ୍ୟା ଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସୁଇଜରଲ୍ୟାଣ୍ଡରେ ହୋଇଥିଲା ଏବଂ କଲିକତାର ଶାନ୍ତି ନିକେତନରେ ତାଙ୍କ ଶିକ୍ଷା ଶେଷ ହୋଇଥିଲା। ପାଠ ପଢିବା ସମୟରେ ସେ କିଛି କିଛି ସମୟ ରାଜନୀତିରେ ମଧ୍ୟ ଦେଉଥିଲେ।

ଭାରତ ଆସିବା ପରେ ମାତ୍ର ୨୧ ବର୍ଷ ବୟସରେ ୧୯୩୮ ମସିହାରେ ସେ ରାଷ୍ଟ୍ରୀୟ କଂଗ୍ରେସ ଅଧିବେଶନରେ ଭାଗ ନେଇଥିଲେ। ଏହା ପରେ ସେ ପ୍ରତ୍ୟେକ ରାଷ୍ଟ୍ରୀୟ ଆନ୍ଦୋଳନରେ ଭାଗ ନେବାକୁ ଲାଗିଲେ। ୨୦ ମାର୍ଚ୍ଚ ୧୯୪୨ମସିହାରେ ତାଙ୍କର ବିବାହ ଶ୍ରୀ ଫିରୋଜ ଗାନ୍ଧୀଙ୍କ ସହ ହୋଇଥିଲା, ଯେ କି ନିଜେ ଜଣେ ଦେଶ ଭକ୍ତ ତଥା କଂଗେସର କାର୍ଯ୍ୟକର୍ତ୍ତା ଥିଲେ। ସେବେ ଠାରୁ ସେ ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ ହେଲେ। ବିବାହ ହେବାର କିଛି ଦିନ ପରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଜେଲ ଯାଇଥିଲେ। ୧୯୫୯ ମସିହାରେ ସେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଦିନକୁ ଦିନ ସେ ରାଜନୀତିରେ ସକ୍ରିୟ ହେବାକୁ ଲାଗିଲେ। ୧୯୬୨ ମସିହାରେ ଚୀନର ଆକ୍ରମଣ ପରେ ରାଷ୍ଟ୍ର ରକ୍ଷା ଯଜ୍ଞର ପ୍ରସ୍ତୁତି ପାଇଁ ସେ ନିଜର ସମସ୍ତ ଆଭୂଷଣ ଦାନ କରି ରାଷ୍ଟ୍ରୀୟତା ତଥା ଉଦାରତାର ପରିଚୟ ଦେଇଥିଲେ। ୧୯୬୪ ମସିହାରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ମୃତ୍ୟୁ ପରେ ସେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରକାରରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୧୯୬୬ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ହୋଇଥିଲେ। ନାରୀଙ୍କ ପାଇଁ ସେ ପ୍ରେରଣାର ମାର୍ଗ, ଦେଶ ପାଇଁ ସେ ଗୌରବ ଅଟନ୍ତି। ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ତାଙ୍କର ରାଜନୀତିରେ କାର୍ଯ୍ୟକଳାପ ଓ ଅବଦାନ ,ତ୍ୟାଗ , ମହାନୀୟତା ସର୍ବଦା ସଭିଁଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବ।

- Advertisement -

ଆଲେଖ୍ୟ- ସସ୍ମିତା ମହାନ୍ତି

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories