www.samajalive.in
Saturday, December 13, 2025
21.1 C
Bhubaneswar

ଘାଟି ତଳକୁ ଖସିଲା ଟ୍ରକ : ଚାଳକ ମୃତ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରସୁଣୀ ଘାଟି ତଳକୁ ଟ୍ରକ ଖସି ଯିବାରୁ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ହେଲପର ଜଣକ ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ଶ୍ୟାମସୁଦ୍ଦିନ ଖାନ(୪୫) ଓ ଆହତ ହୋଇଥିବା ହେଲପର ବଙ୍କିମ ହେମ୍ବ୍ରମ(୨୮) । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ତଦନ୍ତ ଚଳାଇଛି ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories