www.samajalive.in
Sunday, December 7, 2025
26.1 C
Bhubaneswar

ବିଷାକ୍ତ ମଦ ପିଇ ଜଣେ ମୃତ

ଧାମରା: ଧାମରା ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଧାମରା ଥାନା ଅର୍ନ୍ତଗତ ଦୋସିଙ୍ଗା ପଂଚାୟତର ଚିଆଣୀପାଇଠାରେ ବହୁ ଦିନ ହେବ ଦେଶୀ ମଦ ତିଆରି କରିବା ସହ ବିକ୍ରି କରି ଆସୁଥିବା ଜଣାଯାଇଛି। ଶୁକ୍ରବାର ସକାଳ ସମୟରେ ସେହି ଗ୍ରାମର ଶଙ୍କର ବିଷୋଇ(୪୦) ଦେଶୀ ମଦ ଦୋକାନରୁ ମଦ ପିଇ ସାରିବା ପରେ ଅସୁସ୍ଥ ଅନୁଭବ କରିଥିଳେ। ପରେ ଶଙ୍କରଙ୍କୁ ପରିବାର ଲୋକେ ଧାମରା ମେଡିକାଲକୁ ଆଣୁଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଶବ ବ୍ୟବଛେଦ ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ ପ୍ରଶାସନର ବିନା ଅନୁମତିରେ କିପରି ଏଠାରେ ଦେଶୀ ମଦ ତିଆରି ହେବା ସହ ବିକ୍ରି ଚାଲିଛି ତାହାର ବିଧିବଦ୍ଧ ତଦନ୍ତ ହେବା ସହ ସଂପୃକ୍ତ ମଦ ବେପାରୀକୁ ତୁରନ୍ତ ଗିରଫ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories