www.samajalive.in
Sunday, December 14, 2025
26.1 C
Bhubaneswar

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍‌

ହୀରାକୁଦ: ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଶୁକ୍ରବାର ଡ୍ୟାମର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ଏହି ୫ଟି ଗେଟ୍‌ ଖୋଲିବା ପରେ ମୋଟ୍‌ ୭ଟି ଗ୍ୟାଟ୍‌ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମରେ ଆଜି ୫ଟି ଗେଟ୍ ଖୋଲାଯିବା ନେଇ ଜଳସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଏଥିପାଇଁ ଅଧିକ ଗେଟ୍‌ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories