www.samajalive.in
Wednesday, December 10, 2025
14.1 C
Bhubaneswar

ଅଟଳ ପେନ୍‌‌ସନ ଯୋଜନା ସମ୍ପର୍କିତ କର୍ମଶାଳା

ପିପିଲି: ୟୁକୋ ବ୍ୟାଙ୍କର ଷ୍ଟେଟ୍‌‌ ଲେବୁଲ ବ୍ୟାଙ୍କିଙ୍ଗ୍‌ କମିଟି(ଏସ୍‌‌ଏଲ୍‌‌ବିସି) ପକ୍ଷରୁ ପିପିଲିର ଖଣ୍ଡିଆଗିରି ସ୍ଥିତ ମାଣିକ ଗାର୍ଡେନଠାରେ ଅଟଳ ପେନ୍‌‌ସନ ଯୋଜନା ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୨୦୧୫ ମସିହାରୁ ଭାରତରେ ଆରମ୍ଭ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ଓ ଉପକାର ସଂପର୍କରେ ଅତିଥିମାନେ ବିସ୍ତୃତ ଭାବେ ବୁଝାଇଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ପିଏଫ୍‌‌ଆର୍‌‌ଡିଏ(ପେନ୍‌‌ସନ ଫଣ୍ଡ ରେଗୁଲେଟିଂ ଆଣ୍ଡ ଡେଭ୍‌‌ଲପମେଣ୍ଟ ଅଥରିଟି)ର ସିଜିଏମ୍‌‌ ପ୍ରଭେଶ କୁମାର, ୟୁକୋ ବ୍ୟାଙ୍କ ଜିଏମ୍‌‌ ତଥା ଏସ୍‌‌ଏଲ୍‌‌ବିସି ଓଡ଼ିଶା ର ଆବାହକ ଗୌତମ ପାତ୍ର, ଏସ୍‌‌ଏଲ୍‌‌ବିସି ଇନ୍‌‌ଚାର୍ଜ ଲିଙ୍ଗରାଜ ନାୟକ, ପିଏଫ୍‌‌ଆର୍‌‌ଡିଏ ସହକାରୀ ପ୍ରବନ୍ଧକ ଇଶ୍ୱରଦତ୍ତ ନିର୍ମଳ, ପିପିଲି ବ୍ଲକ ଏବିଡିଓ ଶୈଳବାଳା ତ୍ରିପାଠୀ, ନାବାର୍ଡ ଡିଡିଏମ୍‌‌ ବିଶ୍ୱଭୂଷଣ ମହାନ୍ତି, ପୁରୀ ଓଏଲ୍‌‌ଏମ୍‌‌ ଡିପିଏମ୍‌‌ ବନଜାକାନ୍ତ ମାହାରୀ, ପୁରୀ ଏଲ୍‌‌ଡିଏମ୍‌‌ କିଶୋର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଅଟଳ ପେନ୍‌‌ସନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ୧ ଅକ୍ଟୋବର ୨୦୨୨ରୁ ଆୟକର ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବାଦ୍‌‌ ଦେଇ ଏହି ଯୋଜନାରେ ୧୮ରୁ ୪୦ବର୍ଷ ବୟସ ମଧ୍ୟରେ ଯେ କୌଣସି ବ୍ୟକ୍ତି ପଞ୍ଜିକୃତ ହୋଇପାରିବେ। ଏହି ଯୋଜନାରେ ୩ଟି ଲାଭ ମିଳିଥାଏ। ସର୍ବନିମ୍ନ ୧ ହଜାରରୁ ୫ ହଜାର ମଧ୍ୟରେ ନିଶ୍ଚିତ ପେନ୍‌‌ସନ ମିଳୁଥିବା ଏହି ଯୋଜନାରେ ଗ୍ରାହକଙ୍କ ମୃତ୍ୟୁପରେ ଉକ୍ତ ପେନ୍‌‌ସନକୁ ତାଙ୍କ ସ୍ୱାମୀ କିମ୍ବା ପତ୍ନୀଙ୍କୁ ଦିଆଯିବାର ନିୟମ ରହିଛି। ତାଙ୍କ ମୃତ୍ୟୁପରେ ୬୦ବର୍ଷ ପର୍ଯ୍ୟନ୍ତ ସଞ୍ଚିତ ହୋଇଥିବା ପରିମାଣକୁ ନୋମିନୀଙ୍କୁ ଫେରସ୍ତ କରାଯିବାର ନିମୟ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫କୋଟି ୫୫ଲକ୍ଷ ବ୍ୟକ୍ତି ଏହି ଯୋଜନାରେ ପଞ୍ଚିକୃତ ହୋଇସାରିଛନ୍ତି। କେବଳ ଚଳିତ ବର୍ଷରେ ଅଦ୍ୟାବଧି ୩୪ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୯ଲକ୍ଷ ୬୯ହଜାର ୫୩୯ ଜଣ ଏହି ଯୋଜନାରେ ସାମିଲ ହୋଇସାରିଥିବା ବେଳେ ଗତ ଆର୍ଥିକ ବର୍ଷରେ ୪ଲକ୍ଷ ୩ହଜାର ୪୯୪ ଜଣ ବ୍ୟକ୍ତି ଏଥିରେ ଯୋଗଦାନ କରିଛନ୍ତି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପିଏଫ୍‌‌ଆର୍‌‌ଡିଏ ଦ୍ୱାରା ଓଡ଼ିଶାକୁ ଆୱାର୍ଡ ଅଫ୍‌‌ ଏକ୍ସେଲେନ୍ସ ସମ୍ମାନ ପ୍ରଦାନ କରାଯାଇଥିବା ଅତିଥିମାନେ ସୂଚନା ଦେଇଥିଲେ। ପୁରୀ ଜିଲାରେ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୩୬୩୩ ଜଣ ଏହି ଯୋଜନାରେ ପଞ୍ଜିକୃତ ହୋଇସାରିଥିବା ବେଳେ ଏହି ବର୍ଷ ୧୯୪୬୦ ଟାର୍ଗେଟ୍‌‌ ରଖାଯାଇଛି। ନିଜର ଓ ନିଜ ପରିବାର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ସମସ୍ତଙ୍କୁ ସଚେତନ କରାଇ ଏହି ଯୋଜନାରେ ସାମିଲ କରାଇବାକୁ ଅତିଥିମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ବିଭିନ୍ନ ବ୍ୟାଙ୍କର ଅଧିକାରୀ, ବ୍ୟାଙ୍କ ମିତ୍ର, ବିଭିନ୍ନ ବ୍ୟାଙ୍କର ଗ୍ରାହକ, ଉପଭୋକ୍ତା, ବିସିଏସଙ୍କ ସମେତ ୩ଶହରୁ ଊର୍ଦ୍ଧ୍ବ ପୁରୁଷ, ମହିଳାମାନେ ଯୋଗ ଦେଇଥିଲେ।

- Advertisement -

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories