www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନକୁ ମିଳିତ ଟ୍ରକ ମାଲିକ ସଂଘର ବିରୋଧ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ର ଅଧିନ ଗୁଆଲି, ବଡବିଲ ଓ ଭଦ୍ରାସାହି ଏବଂ ସୁନ୍ଦରଗଡ ଜିଲା କୋଇଡା ଖଣି କ୍ଷେତ୍ରରୁ ଟ୍ରଲର ଯୋଗେ ଜିଲା ଓ ରାଜ୍ୟ ବାହାରକୁ ଖଣିଜସମ୍ପଦ ପରିବହନକୁ ମିଳିତ ଟ୍ରକ ମାଲିକ ସଂଘ କେନ୍ଦୁଝର ଓ କୋଇଡା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । କେନ୍ଦୁଝର, ଯୋଡା, ବଡବିଲ, ଭଦ୍ରାସାହି ଓ ଗୁଆଲି ଏବଂ ସୁନ୍ଦରଗଡ ଜିଲା କୋଇଡା ଟ୍ରକ ମାଲିକ ସଂଘକୁ ନେଇ ଗଠିତ ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଆବାହକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ମର୍ମରେ ବୁଧବାର ଅପରାହ୍ନରେ ରୋଟାରୀ ଭବନ କେନ୍ଦୁଝର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନକୁ ତୀବ୍ର ବିରୋଧ କରାଯାଇଛି । ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ କରି ଜିଲାର ହଜାର ହଜାର ଶିକ୍ଷିତ ବେକାରୀ ନିଜର ପେଟପାଟଣା ଚଳାଇ ଆସୁଥିବା ବେଳେ ପ୍ରଥମେ ରେଳ ଏବଂ ପରେ ପାଇପଲାଇନ ଯୋଗେ ଖଣିଜସମ୍ପଦ ପରିବହନ ପରଠାରୁ ଜିଲାର ଟ୍ରକ ମାଲିକ କାମଧନ୍ଦା ନପାଇ ଭୋକ ଉପବାସରେ ଜୀବନ ଅତିବାହିତ କରିଆସୁଥିବା ଯୋଡା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ କ୍ଷୋଭର ସହ  କହିଛନ୍ତି ।

ଏଭଳିସ୍ଥିତିରେ ଏବେ ଗତ କିଛିବର୍ଷ ଧରି ଜିଲା ବାହାରର ଜଣେ ଅଣଓଡିଆ ଠିକାଦାରଙ୍କ ଉଦ୍ୟମରେ ଜିଲା ଓ ରାଜ୍ୟ ବାହାରକୁ ଟ୍ରଲର ଯୋଗେ କମ୍‌‌ ପରିବହନ ମୂଲ୍ୟରେ ଖଣିଜସମ୍ପଦ ପରିବହନ ପରଠାରୁ ଜିଲାର ଟ୍ରକ ପରିବହନ ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ଜିଲା ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ତୁରନ୍ତ ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନ ସହ ଜିଲାରେ କାର୍ଯ୍ୟକ୍ଷମ ବିଭିନ୍ନ ଖଣିରୁ ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ ସମ୍ପର୍କିିତ ଅନୁପାତ ପ୍ରଦାନ ନିମନ୍ତେ ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନ ବନ୍ଦ କରା ନଗଲେ ବାଧ୍ୟ ହୋଇ ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଆସନ୍ତା ୪ ତାରିଖ ଠାରୁ ଚମ୍ପୁଆ ଥାନା ଅଧିନ ୫୨୦ନଂ ଜାତୀୟ ରାଜପଥ ରଘୁଆଳସାହି ଠାରେ ପ୍ରଥମେ ଖଣିଜସମ୍ପଦ ବୋଝେଇ ପାଇଁ ଯାଉଥିବା ଖାଲି ଟ୍ରଲରକୁ ଅଟକ ରଖି ଫେରାଇବା ସହ ମଞ୍ଚ କର୍ମକର୍ତ୍ତାଙ୍କ ପକ୍ଷରୁ ବିଭିନ୍ନ ଖଣିରେ ମଧ୍ୟ ପିକେଟିଂ କରାଯାଇ ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନକୁ ବନ୍ଦ କରାଯିବ ବୋଲି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଆଞ୍ଚଳିକ ଟ୍ରକ ମାଲିକ ସଂଘ ଯୋଡାର ସମ୍ପାଦକ ରାଜେନ୍ଦ୍ର ବାରିକ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଯୁଗ୍ମସମ୍ପାଦକ ବାପି ବାରିକ, କୋଇଡା ଟ୍ରକ ମାଲିକ ସଂଘ ଉପସଭାପତି ଶରତ ମହାକୁଡ ପ୍ରମୁଖ ଚେତାବନୀ ଦେବାସହ ଆବଶ୍ୟକସ୍ଥଳେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି । ଶେଷରେ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories