www.samajalive.in
Sunday, December 7, 2025
26.1 C
Bhubaneswar

ବିଇଓ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି; କର୍ମଚାରୀ ହିନସ୍ତା

କଲମପୁର: କଲମପୁର ବ୍ଲକର ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ। ବ୍ଲକର ୮୦ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟର କୋଠା ଦୟନୀୟ ଅବସ୍ଥାରେ। କେଉଁ ବିଦ୍ୟାଳୟର ଛାତରୁ ପାଣି ଗଳୁଛି ତ କେଉଁ ବିଦ୍ୟାଳୟର କାନ୍ଥ ଫାଟି ଆଁ କଲାଣି। ଏପରିକି ଖୋଦ୍‌‌ କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋଠାର ଅବସ୍ଥା ଦୟନୀୟ। ବିପଦସଂକୁଳ ଅବସ୍ଥାରେ ରହିଛି କୋଠା। ଛାତରୁ ଗଳୁଛି ପାଣି। ଲଗାଣ ବର୍ଷାରେ ଛାତରୁ ପାଣି ଗଳି କୋଠରି ଭିତରେ ଆଣ୍ଠୁଏ ପାଣି ଜମିଲାଣି। ଯେତେ ପାଣି ବାହାର କଲେ ମଧ୍ୟ ପୁଣି ପାଣି ଜମି ରହୁଛି। ବାଧ୍ୟ ହେଇ କର୍ମଚାରୀ ଗୋଡକୁ ଉପରେ ଟେକି କାମ କରୁଛନ୍ତି। କିନ୍ତୁ କାଗଜପତ୍ରରେ ପାଣି ଟୋପା ଟୋପା ହୋଇ ପଡୁଥିବାରୁ କର୍ମଚାରୀ ଏବେ ଚିନ୍ତାରେ। ଅନ୍ୟପଟେ କାର୍ଯ୍ୟାଳୟର କମ୍ପ୍ୟୁଟର ସମେତ ଅନ୍ୟ ଉପକରଣ ଏବଂ ସରକାରୀ କାଗଜପତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଡି.ପି.ଇ.ପି(ଜିଲ୍ଲା ଶିକ୍ଷା କାର୍ଯ୍ୟକ୍ରମ ପ୍ରକଳ୍ପ) ସମୟରେ ଏହି କୋଠା ନିର୍ମାଣ କରାଯାଇଥିଲା। ପରବର୍ତ୍ତି ସମୟରେ କୋଠାର ମରାମତି ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୋଠାର ଅବସ୍ଥା ସୁଧୁରି ପାରିନାହିଁ। କେବଳ ରଙ୍ଗ ବୋଳି ଦେଇ କାର୍ଯ୍ୟ ସମ୍ପାଦିତ କରାଯାଉଛି। ନିକଟରେ କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି। ଏପରିକି କୋଠା ପାଇଁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁମୋଦିତ ହୋଇସାରିଛି। କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋଠା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଯୋଗୁଁ ନୂତନ କୋଠା ନିର୍ମାଣ ହୋଇପାରି ନାହିଁ। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ କାର୍ଯ୍ୟାଳୟର କାଗଜପତ୍ର ଏବଂ କମ୍ପ୍ୟୁଟର ଭଳି ସମସ୍ତ ବୈଦ୍ୟୁତିକ ଉପକରଣ ସୁରକ୍ଷିତ ରହିପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories