www.samajalive.in
Sunday, December 14, 2025
26.1 C
Bhubaneswar

ଉଦ୍ଧାର ହେଲା ଦୁଇ ଘର ସନ୍ଧିରେ ଚାପି ହୋଇଥିବା ଗାଈ

କଲମପୁର: ଲାଗି ରହିଛି ଲଗାଣ ବର୍ଷା। କେବଳ ମଣିଷ ନୁହେଁ, ଗାଈ ଗୋରୁଙ୍କ ସମେତ ଅନ୍ୟ ପଶୁପକ୍ଷୀ ମଧ୍ୟ ବାହାରକୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ବୁଧବାର କଲମପୁର ଜଗନ୍ନାଥ ମନ୍ଦିର ପଡ଼ାଠାରେ ଦୁଇଟି ଗାଈ ବର୍ଷା ପ୍ରକୋପରୁ ନିଜକୁ ରକ୍ଷା କରିବାକୁ ଯାଇ ଦୁଇ ଘର ସନ୍ଧିରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ଗୋଟିଏ ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଗାଈ କିନ୍ତୁ ବାହାରିବା ସମ୍ଭବ ହେଇନଥିଲା। ତୁରନ୍ତ ଏନେଇ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଓଆଇସି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ସୌରଭ ବେହେରା, ପବିତ୍ର ବେହେରା ଓ ନିରଞ୍ଜନ ଦାସ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଗାଈଟି କଲମପୁର ଜଗନ୍ନାଥ ମନ୍ଦିର ପଡ଼ାର କନ୍ଦର୍ପ ବାଗଙ୍କ ବୋଲି ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories