www.samajalive.in
Saturday, December 13, 2025
15.1 C
Bhubaneswar

ଅଭିଜିତଙ୍କୁ କ୍ଷମା ! ହଟ୍ଟଗୋଳରୁ ଉପସ୍ଥାପିତ ହୋଇପାରିଲାନି ରିପୋର୍ଟ

ଭୁବନେଶ୍ୱର : ରାଜ୍ୟର ବିଧାୟକମାନଙ୍କ ପ୍ରତି ମାନହାନିସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗଠିତ ବିଧାନସଭା ଗୃହ କମିଟି କ୍ଷମା ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅଭିଜିତ ଗୃହ କମିଟି ନିକଟରେ ହାଜର ହୋଇ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହ ଏସଂକ୍ରାନ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହାର ତର୍ଜମା କରି ଗୃହ କମିଟି ତାଙ୍କୁ କ୍ଷମା ଦେଇଥିବା ଜଣାଯାଇଛି। କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଶୁକ୍ରବାର ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।
ଶୁକ୍ରବାର ଅଭିଜିତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗର ତଦନ୍ତ କରୁଥିବା ଗୃହ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବାକୁ ବିଧାନସଭା କାର୍ଯ୍ୟାବଳୀରେ ସ୍ଥାନ ପାଇଥିଲା। ତେବେ ହଟ୍ଟଗୋଳ ଯୋଗୁଁ ବିଧାନସଭା ମୁଲତବୀ ହେବା କାରଣରୁ ଏହା ଉପସ୍ଥାପନ କରାଯାଇପାରିନାହିଁ।
ଅଭିଜିତ ବିିଧାୟକମାନଙ୍କ ପ୍ରତି ଦେଇଥିବା ମାନହାନି ସୂଚକ ମନ୍ତବ୍ୟ ପାଇଁ ଗୃହ କମିଟି ନିକଟରେ ହାଜର ହୋଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ସତ୍ୟ ବୋଲି ସ୍ୱୀକାର କରିବା ସହ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେବା ତାଙ୍କର ନିର୍ବୋଧତା ଥିବା ପ୍ରକାଶ କରିଥିଲେ। ନିଜର ନିର୍ବୋଧତାକୁ ସ୍ୱୀକାର କରିଥିବା ଅଭିଜିତଙ୍କୁ ଗୃହ କମିଟି କ୍ଷମା ଦେଇଛି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ମାନହାନି ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତଙ୍କ ବିରୋଧରେ ବିଧାନସଭା ମୌସୁମୀ ଅଧିବେଶନରେ ସ୍ୱାଧିକାର ଭଙ୍ଗ ନୋଟିସ ଗୃହୀତ ହେବା ପରେ ଏହାର ତଦନ୍ତ ପାଇଁ ଗୃହ କମିଟିି ଗଠନ ହୋଇଥିଲା। ଘଟଣାର ତଦନ୍ତ କରି ଶୀତ ଅଧିବେଶନର ପ୍ରଥମ ଦିବସରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ବାଚସ୍ପତି ଗୃହ କମିଟିକୁ କହିଥିଲେ। ଅଭିଜିତଙ୍କ ପ୍ରସଙ୍ଗରେ ଗୃହ କମିଟି ବୈଠକ ୬ ଥର ବସିଛି। ଗତ ୧୫ ତାରିଖ ବୈଠକରେ ରିପୋର୍ଟ ଚୂଡ଼ାନ୍ତ କରାଯାଇ ଆଜି ବାଚସ୍ପତିଙ୍କୁ ପ୍ରଦାନ କରାଯାଇଛି।
ତେବେ ଓଡ଼ିଶାର ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା ଏବଂ ପୁଲିସ ତାଙ୍କୁ ଗିରଫ କରିଥିଲା। ଏବେ ସେ ଝାରପଡ଼ା ଜେଲରେ ଅଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories