www.samajalive.in
Saturday, December 13, 2025
26.1 C
Bhubaneswar

ନୀତା ଫୁଟୁବଲ ଏକାଡେମୀ ପରିସରରେ ଡି ଲାଇସେନ୍ସ ପାଇଁ ପରୀକ୍ଷା ଓ ପ୍ରଶିକ୍ଷଣ

ଗୁରୁଡ଼ିଝାଟିଆ: ସର୍ବ ଭାରତୀୟ ଫୁଟୁବଲ ମହାସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଓଡ଼ିଶା ଫୁଟୁବଲ ଆସୋସଏସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଠଗଡ଼ ରାଧାଦାମୋଦରପୁର ସ୍ଥିତ ନୀତା ଫୁଟୁବଲ ଏକାଡେମୀ ପରିସରରେ ଡି ଲାଇସେନ୍ସ ପାଇଁ ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ କରାଯାଉଛି। ଗତମାସ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଶିକ୍ଷା ଓ ପ୍ରଶିକ୍ଷଣ ୩ ତାରିଖରେ ସମାପ୍ତ ହେବ। ଭାରତୀୟ ମହିଳା ଫୁଟୁବଲ ଦଳର ପ୍ରାକ୍ତନ ଅଧିନାୟକ କୁନ୍ତଳା ଘୋଷ ଓ ଫାଓର ସଂଯୋଜକ ପ୍ରଦୀପ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ଓ ଶିକ୍ଷା ଅନୁଷ୍ଠିତ ହେଉଛି। ପ୍ରକାଶଯୋଗ୍ୟ ରାଧାଦାମୋଦରପୁର ସ୍ଥିତ ଧବଳେଶ୍ୱର ପଲି ଟେକନିକ୍‌‌ ପରିସରରେ ନୀତା ଫୁଟୁବଲ ଏକାଡେମୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଫୁଟୁବଲ ପାଇଁ ଡି ଲାଇସେନ୍ସ ପ୍ରଶିକ୍ଷଣ ଓ ଶିକ୍ଷା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories