www.samajalive.in
Sunday, December 14, 2025
26.1 C
Bhubaneswar

ମଧୁମେହ ରୋଗୀ ଏପରି କରନ୍ତୁ ଭୋଜନ.. ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ ରୋଗରେ ଆକ୍ରାନ୍ତ। ଏହା ୨ ପ୍ରକାରର ରହିଛି। ଟାଇପ୍‌‌ ୧ ଓ ଟାଇପ୍‌‌ ୨। ଭୁଲ୍‌‌ ଜୀବନଶୈଳୀ, ବାହାର ଖାଦ୍ୟର ଅଧିକ ସେବନ, ସମୟ ଅନୁଯାୟୀ ଭୋଜନ ନକରିବା ମଧୁମେହ ରୋଗ ହେବାର ଏକ ମୁଖ୍ୟ କାରଣ ବୋଲି କୁହାଯାଏ। ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରାର ମାତ୍ରା ଅଧିକ କିମ୍ବା କମ୍‌‌ ଭଲ ନୁହେଁ। କମ୍‌‌ ଓ ଅଧିକ ହେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମଧୁମେହ ନିୟନ୍ତ୍ରଣ ହୋଇ ରହିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ସଠିକ୍‌‌ ସମୟରେ ଖାଦ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ। ତେବେ କେତେ ସମୟ ବ୍ୟବଧାନରେ ମଧୁମେହ ରୋଗୀ ଖାଦ୍ୟ ସେବନ କରିବା ଉଚିତ। ଜାଣନ୍ତୁ..
ମଧୁମେହ ରୋଗୀ ଜାଣି ରଖନ୍ତୁ..
ମଧୁମେହ ରୋଗୀ ପ୍ରତି ୨ ଘଣ୍ଟାକୁ ଥରେ କିଛି ହାଲକା ଖାଦ୍ୟ ସେବନ କରିବା ଉଚିତ। ତେବେ କର୍ମବ୍ୟସ୍ତତା କିମ୍ବା ଅନ୍ୟ କୌଣସି କାରଣରୁ ଏହା ସମ୍ଭବ ହେଉନଥିଲେ ଦିନକୁ ୪ ରୁ ୫ଥର ନିଶ୍ଚୟ ଖାଦ୍ୟ ସେବନ କରନ୍ତୁ। ଏହି ଖାଦ୍ୟ ମଧ୍ୟରେ ସକାଳେ ଓ ସନ୍ଧ୍ୟାରେ ଜଳଖିଆ, ଖରାବେଳ,ରାତ୍ରି ଭୋଜନ ସହ ଅନ୍ୟ ସମୟରେ ହାଲକା ଖାଦ୍ୟ ଖାଆନ୍ତୁ। ମଧୁମେହ ରୋଗୀ ନିଜ ଖାଦ୍ୟରେ ବିଶେଷ କରି ପ୍ରୋଟିନ୍‌‌ ଖାଦ୍ୟ ନିଶ୍ଚୟ ସାମିଲ କରନ୍ତୁ। କାର୍ବୋହାଇଡ୍ରେଟ ଥିବା ଖାଦ୍ୟ କମ୍‌‌ ପରିମାଣରେ ଖାଆନ୍ତୁ। ଜଳଖିଆରେ କାର୍ବୋହାଇଡ୍ରେଟ ଥିବା ଖାଦ୍ୟ କମ୍‌‌ ମାତ୍ରାରେ ଖରାବେଳର ଖାଦ୍ୟରେ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହେ।
ବାରମ୍ବାର ଖାଦ୍ୟ ଖାଉଥିଲେ ଖାଦ୍ୟର ମାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ। ଥରକେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଦ୍ୟ ଖାଆନ୍ତୁ ନାହିଁ। ନିୟମିତ ଗୋଟିଏ ସମୟରେ ଖାଦ୍ୟ ସେବନ କରନ୍ତୁ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories