www.samajalive.in
Sunday, December 14, 2025
26.1 C
Bhubaneswar

୭ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅବକାରୀ ପୁଲିସ ରବିବାର ୭ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ନିରୀକ୍ଷକ ସଚିନ ବେହେରାଙ୍କନିର୍ଦେଶ କ୍ରମେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧୂମସୁ ଗାଁ ଛକ ନିକଟରେ ଛକି ରହିଥିଲା। ଏତିକି ବେଳେ ଜଣେ ବାଇକ ଚାଳକକୁ ଅଟକାଇ, ବାଇକରେ ବନ୍ଧା ଯାଇଥିବା ଧଳା ରଙ୍ଗ ଜରି ଅଖା ଯାଞ୍ଚ କରିବା ପରେ ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା ଓ ବାଇକ ଚାଳକକୁ ଗିରଫ କରିଥିଲା। ଏଥିସହ ବାଇକ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବସ୍ତାରେ ୭ କେଜି ୩୪୦ ଗ୍ରାମ ଗଂଜେଇ ଥିବା ଜଣାପଡ଼ିଛି। ଅଭିଯୁକ୍ତ ସଇଁତଳା ଥାନା ଗଣ୍ଡ ପତରାପାଲୀ ଗାଁର ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରି କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତକୁ ଚାଲାଣ କରାଯାଇଛି। ଅଭିଯୁକ୍ତ ସୂର୍ଯ୍ୟ ନାରାୟଣଙ୍କ ଜାମିନ ଆବେଦନ ନାମଂଜୁର ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଥିବା ଅବକାରୀ ଥାନା ସୂତ୍ରରୁ ଜଣାପଡିଛି। ପେଟ୍ରୋଲିଂ ବେଳେ ଅବକାରୀ ଥାନା ଅଧିକାରୀ ପ୍ରବୀଣ କୁମାର ସାହୁ, ଏଏସଆଇ ଆର୍ତତ୍ରାଣ ବହିଦାର, ମମତା ବେହେରା, କନଷ୍ଟେବଳ ଦେବାର୍ଚ୍ଚନ ଭୁଏ, ଆଶିଷ ପଟେଲ ଓ ଅର୍ଜୁନ ମିଶ୍ର ସାମିଲ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories