ସାପ କାମୁଡ଼ାରେ ମହିଳା ଗୁରୁତର

କଲମପୁର: କଲମପୁର ନିକଟସ୍ଥ କସାବାହୀଠାରେ ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, କସାବାହୀ ଗ୍ରାମର ଅହଲ୍ୟା ଚଣ୍ଡୀ ନାମକ ମହିଳା ଘରେ ଶୋଇଥିଲେ। ରବିବାର ଭୋରରୁ ଏକ ବିଷାକ୍ତ ଚିତି ସାପ ମହିଳାଙ୍କ ହାତକୁ କାମୁଡ଼ି ଦେଇଥିଲା। ତାଙ୍କୁ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.