www.samajalive.in
Thursday, December 11, 2025
16.1 C
Bhubaneswar

୩ ହଜାର କାର୍ ସହ ଜଳିଗଲା ଜାହାଜ

ଆମଷ୍ଟରଡମ୍‌: ନେଦରଲ୍ୟାଣ୍ଡ ଉପକୂଳରେ ଏକ ମାଲବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ହଜାର ବିଳାସପୂର୍ଣ୍ଣ ଦାମୀ କାର୍‌ ଜଳିଯାଇଛି। ଜାହାଜଟିରେ ୨୮୫୭ଟି କାର୍‌ ରହିଥିବାବେଳେ ଏଥିରୁ ୨୫ଟି ହେଉଛି ଇଲେକ୍‌ଟ୍ରିକ୍ କାର। ଏହି ଇଲେକଟ୍ରିକ କାରରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଇଛି। ନେଦରଲ୍ୟାଣ୍ଡସ୍ଥିତ ଭାରତୀୟ ଦୂତାବାସ କହିବା ଅନୁଯାୟୀ ଜାହାଜଟି ଜର୍ମାନୀରୁ ଇଜିପ୍ଟ ଅଭିମୁଖେ ଯାଉଥିଲା। ଏହି ଅଗ୍ନିକାଣ୍ଡରେ ଜାହାଜରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭାରତୀୟ ହୋଇଥିବାବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜାପାନର ସୋଇ କିଷାନ କମ୍ପାନୀ ଏହି ଜାହାଜର ମାଲିକ। ନିଆଁକୁ ଲିଭାଇବା ପାଇଁ ଜାହାଜରେ ପାଣି ସିଞ୍ଚନ କରାଯାଇଥିଲା। ମାତ୍ର ଅଧିକ ପାଣି ସିଞ୍ଚନ ଯୋଗୁଁ ଜାହାଜଟି ବୁଡିଯିବାର ଆଶଙ୍କା ସୃଷ୍ଟି ହେବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories