ଭୁବନେଶ୍ୱର: କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ର ପ୍ରଥମ ଥର ପାଇଁ ଦୁଇଦିନିଆ ଭୁବନେଶ୍ୱର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମ ଦିବସରେ ଶ୍ରୀ ଚନ୍ଦ୍ର, ଧୂମାଳଠାରେ ଆୟୋଜିତ ଏକ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନୁକ୍କଡ ନାଟକ ପରିବେଷଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି ଏସ୍ଏଚ୍ଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏଥିରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତଃ ଏ ସୁବା ରାଓ ପାଇଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ରଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଚନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଠିକ୍ ସମୟରେ ଋଣ ପରିଶୋଧ କରୁଥିବାରୁ ଏହା ତାଙ୍କ ଭିତରେ ସକାରତ୍ମକ ମନୋଭାବ ସୃଷ୍ଟି କରିପାରିଛି ବୋଲି କହିଥିଲେ । କାନାରା ବ୍ୟାଙ୍କ ପକ୍ଷରୁ ୧୦୦୯ ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୧ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମିଶନ୍ ଶକ୍ତିର ଜଏଣ୍ଟ ସେକ୍ରେଟାରୀ ବିନୋଦ କୁମାର ଜେନା, ନାବାର୍ଡର ଉପ-ମହାପ୍ରବନ୍ଧକ ବିଶ୍ୱ ଭୂଷଣ ମହାନ୍ତି, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ-୧ର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରଏ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମରେ ଶ୍ରୀ ଚନ୍ଦ୍ର ବ୍ୟାଙ୍କର କର୍ପୋରେଟ୍ ଏବଂ ଏଚଏନ୍ଆଇ ଗ୍ରାହକଙ୍କ ସହ ଏକ ବୈଠକରେ ଯୋଗ ଦେଇ ଗ୍ରାହକ ସେବା, ବ୍ୟାଙ୍କିଙ୍ଗ୍ ସେବାରେ ଉନ୍ନତି ଆଣିବା ପାଇଁ ଗ୍ରାହକଙ୍କ ଅଧିକାର ଓ ଅଭିଯୋଗ ଓ ସମାଧାନ ଉପରେ ଆଲୋଚନା କରିଥିଲେ । ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଟାଉନ୍ ହଲ ବୈଠକରେ ମଧ୍ୟ ଶ୍ରୀ ଚନ୍ଦ୍ର ଯୋଗ ଦେଇଥିଲେ ।
ବୈଠକରେ ଉପସ୍ଥିତ ପ୍ରାୟ ୩୦୦ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ଶ୍ରୀ ଚନ୍ଦ୍ର ବ୍ୟାଙ୍କିଙ୍ଗ୍ ସମ୍ପର୍କୀତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମିଶନ୍ ଶକ୍ତି ମୁଖ୍ୟ ସୁଜାତା ଆର୍ କାର୍ତ୍ତିକେୟନ୍ (ଆଇଏଏସ୍ ), ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ବିଶାଲ ଦେବ ଏବଂ ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳଙ୍କ ସହ ଶ୍ରୀ ଚନ୍ଦ୍ର ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ
୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ସମେତ ଇଏଲ୍ବି, ଭିଏଲ୍ବି, ଏଲ୍ସିବି, ଏମ୍ସିବି, ଏଆର୍ଏମ୍ର ବ୍ୟବସାୟ ଷ୍ଟ୍ରାଟେଜୀ ମିଟ୍ରେ ଶ୍ରୀ ଚନ୍ଦ୍ର ଯୋଗ ଦେବା ସହ ଉପସ୍ଥିତ ଅଧିକାରୀମାନଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସାୟରେ ଉନ୍ନତି ଆଣିବାକୁ ପ୍ରୋତ୍ସାହିତ କରିଥିଲେ ।



