www.samajalive.in
Wednesday, December 10, 2025
16.1 C
Bhubaneswar

ଜଙ୍ଗଲରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର; ପୁଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଅନୁଗୋଳ : ଅନୁଗୋଳ ଜିଲା ଅନ୍ତର୍ଗତ ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରୁ ନିଖୋଜ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଶୁକବ୍ରାର ବାରିଣୀ ଜଙ୍ଗଲରୁ ଉଦ୍ଧାର ହୋଇଛି। ନାବାଳକଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ତାଙ୍କୁ ବଳି ଦିଆ ଯାଇଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି। ଅପରପକ୍ଷେ ଏନେଇ ଉତ୍ୟକ୍ତ ଗ୍ରାମବାସୀ ପୁଲିସ ଭ୍ୟାନ୍ ଜାଳିଦେବା ସହ ରାସ୍ତାରୋକ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ନିଖୋଜ ନେଇ ଅଭିଯୋଗ ପରେ ପୁଲିସ ଖୋଜିବାରେ ଅବହେଳା କରୁଥିବା ନେଇ ଗୁରୁବାର ଉତ୍ୟକ୍ତ ଗ୍ରାମବାସୀ ଥାନା ଘେରାଉ କରିଥିଲେ।

ସୂଚନା ଅନୁସାରେ, ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମ୍ନୀ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ ବିଶ୍ବାଳଙ୍କ ଦେହ ସବୁବେଳେ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ଥିବା ମା’ ମଙ୍ଗଳା ପ୍ରତ୍ୟକ୍ଷ ହୋଇଥିବାରୁ ପୂଜାର୍ଚ୍ଚନା କରିବା ସହ ରାତିରେ ମଙ୍ଗଳା କୋଠିରେ ମାଆ-ପୁଅ ଅଧିଆ ପଡ଼ିଥିଲେ। ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ ନଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ତେବେ ଆଜି ବାରିଣୀ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଝୁଲୁଥିବା ବେଳେ ତା’ର ଗୋଡ଼ ଓ ହାତ ନଥିଲା । ଯାହାକୁ ଦେଖି ବଳି ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରୋକ ବେଳେ ପୁଲିସ ଗାଡ଼ି ମଧ୍ୟ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories