www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କଲା ଗଞ୍ଜାମ ପୁଲିସ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପୁଇଁତୋଳା ନିକଟରେ ରହିଥିବା ବିଭିନ୍ନ ଦୋକାନଗୁଡିକୁ ଯାଞ୍ଚ କରିଛି ଗଞ୍ଜାମ ପୁଲିସ। ଫଳରେ ଏହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଛାନିଆ ଭାବ ସୃଷ୍ଟି ହୋଇଛି। ଏପରିକି ଆଗାମୀ ଦିନରେ ଚୋରି ଜିନିଷ ହେଉ କିମ୍ଵା ନିଶା ଦ୍ରବ୍ୟ ବିକୁଥିବା ଦୋକାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ବୋଲ ପୁଲିସ ସୂଚନା ଦେଇଛି। ରାତି ୧୦ଟା ପରେ ସମସ୍ତ ଦୋକାନଗୁଡିକ ବନ୍ଦ ରଖିବାକୁ ପୁଲିସ କଡା ନିର୍ଦେଶ ଦେଇଛି। ଏହି ପଦକ୍ଷେପ ପରେ କିଛି ବ୍ୟବସାୟୀଙ୍କ ମଧ୍ୟରେ ନିରାଶ ଭାବ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗଞ୍ଜେଇ ଚୋରା ଚଲାଣ କରିବା ଅଭିଯୋଗରେ ଦୁଇ ଭାଇ କୃଷ୍ଣ ସାହୁ, ପଞ୍ଚୁ ସାହୁଙ୍କୁ ବେଙ୍ଗାଲୁରୁ ପୁଲିସ ଉଠାଇ ନେଲାଥିଲା। କିନ୍ତୁ ଲୋକମାନେ ସେ ଦୁଇ ଭାଇଙ୍କୁ କେହି ଅପହରଣ କରିଥିବା ଭାବି ତାହାର ପ୍ରତିବାଦରେ ରାଜପଥକୁ ପ୍ରାୟ ପାଞ୍ଚ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅବରୋଧ କରଥିଲେ। ପରେ ପୁଲିସ ବୁଝାସୁଜା ପରେ ରାସ୍ତା ଅବରୋଧ ହଟିଥିଲା। ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଯାଇ ବିଶାଖାପାଟଣାରେ ଦୁଇ ଭାଇଙ୍କୁ ଠାବ କରିଥିଲେ। ସେଠାରେ ଜଣାପଡିଥିଲା କର୍ଣ୍ଣାଟକ ପୁଲିସ ଦୁଇ ଭାଇଙ୍କୁ ଉଠାଇ ନେଇଥିଲା। ସେତେବେଳେ କର୍ଣ୍ଣାଟକ ପୁଲିସ ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ କିଛି ଜଣାଇନଥିଲା। ଫଳରେ ତାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବର୍ତମାନ ଗଞ୍ଜାମ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଥାନା ଅଞ୍ଚଳର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଦୋକାନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ଚୋରାରେ ଟ୍ରକର ଟାଙ୍କିରୁ ଡିଜେଲ ବାହାର କରାଯିବାରେ ରୋକ ଲଗାଇବା ନେଇ ରାତ୍ରିକାଳିନ ପାଟ୍ରୋଲିଂକୁ କଡାକଡ଼ି କରାଯାଇଥିବା ନେଇ ଥାନା ଅଧିକାରୀଙ୍କଠାରୁ ସୂଚନା ମିଳିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories