www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଫସଲବୀମା ସଚେତନତା ରଥ ପରିକ୍ରମା ଶୁଭାରମ୍ଭ

ହରଭଙ୍ଗା : ହରଭଙ୍ଗା ତହସିଲ କାର୍ଯ୍ୟାଳୟରୁ ଗୁରୁବାର ତହସିଲଦାର ଶିବାନୀ ଦାଶ ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଫସଲବୀମା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଫସଲ ବୀମା ଉପରେ ସଚେତନତା ପାଇଁ ୩ଦିନଧରି ଏହି ରଥ ତହସିଲର ସବୁ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରାଇବ। ପ୍ରକାଶ ଯେ ଚାଷୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିୟମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥର ଚାଷୀଙ୍କ ପାଇଁ ୨ହେକ୍ଟର ଜମିପର୍ଯ୍ୟନ୍ତ ମାତ୍ର ଏକ ଟଙ୍କା ପ୍ରିମିୟମ ଦେବାର ବନ୍ଦୋବସ୍ତ କରିଛନ୍ତି । ଯାହାଫଳରେ ଏକ ଟଙ୍କା ପ୍ରିମିୟମରେ ଜଣେ ଚାଷୀ ନିଜର ୫ଏକର ଧାନଫସଲ ଜମିକୁ ବୀମାଭୁକ୍ତ କରିବାର ସୁବିଧା ପାଇପାରିବେ। କେବଳ ଫସଲ ବୀମା ପାଇଁ ଚାଷୀଙ୍କୁ ତାଙ୍କର ଜମିପଟ୍ଟା, ବ୍ୟାଙ୍କ ପାଶବୁକ୍, ଆଧାରକାର୍ଡ ଦେବାକୁ ପଡିବ। ବିଶେଷକରି ଏହି ଫସଲ ବୀମା ସୁବିଧା ପ୍ରତ୍ୟେକ ଋଣୀ ଏବଂ ଅଣ ଋଣୀଚାଷୀଙ୍କୁ ମିଳିବ।  ଜୁଲାଇ ୩୧ ତାରିଖ ଏହାର ଶେଷ ଦିନ ରହିଥିବାରୁ ଯେଭଳି ଜଣେ ମଧ୍ୟ ଚାଷୀ ଫସଲ ବୀମାରୁ ବଂଚିତ ନହୁଅନ୍ତି ସେ ଦିଗରେ ସଚେତନତା ପାଇଁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସଚେତନତା ରଥ କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ସହକାରୀ କୃଷିଅଧିକାରୀ ସବ୍ୟସାଚୀ ଦାସ, ସହକାରୀ କୃଷି ଅଧିକାରୀ ପ୍ୟାରିମୋହନ ପୁରୋହିତ, ପୁରୁଷୋତମ ସାହୁ, ଏସବିଆଇ ଜେନେରାଲ ଇନସୁରାନ୍ସର ସଂଯୋଜକ ଚିତ୍ତରଞନ ସାହୁ, କୃଷି ଗ୍ରାମସେବକ ଶଶାଙ୍କ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories