ଶୌଚବେଳେ କୁମ୍ଭୀର ଟାଣିନେଲା, ବ୍ରାହ୍ମଣୀ ନଦୀରେ ନିଖୋଜ

ପଟ୍ଟାମୁଣ୍ଡାଇ: ଆଜି କୁଳସାହି ଗ୍ରାମର ଅମୂଲ୍ୟ ଦାସ ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବାବେଳେ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ବ୍ରହ୍ମଣୀ ନଦୀକୁ ଟାଣି ନେବା ପରେ ଅମୂଲ୍ୟ ଦାସ ନିଖୋଜ ହୋଇଯାଇଛନ୍ତି। ପେଣ୍ଠସ୍ଥଳ ପଞ୍ଚାୟତ କୁଳସାହି ନିକଟରେ ଅମୂଲ୍ୟ ଦାସଙ୍କୁ କୁମ୍ଭୀର ଟାଣିନେଇଥଇଲା। ଅମୂଲ୍ୟ ଦାସ ନିଖୋଜ ହୋଇଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସମାଗମ ହୋଇଛି। ସ୍ଥାନୀୟ ଲୋକେ ଅମୂଲ୍ୟ ଦାସଙ୍କୁ ବ୍ରାହ୍ମଣ ନଦୀରେ ଖୋଜାଖୋଜି ଜାରି ରହିଥିବା ଜଣାପଡ଼ିଛି।

kalyan agarbati

Comments are closed.