www.samajalive.in
Tuesday, December 9, 2025
15.1 C
Bhubaneswar

ପାଳଙ୍ଗ ପନିର

ଆବଶ୍ୟକ ସାମଗ୍ରୀ
ପନିର – ୩୦୦ ଗ୍ରାମ
ପିଆଜ – ୧ଟି
ଟମାଟୋ – ୧ଟି
କଞ୍ଚା ଲଙ୍କା – ୩ଟି
ଅଦା – ଆବଶ୍ୟକ ଅନୁଯାୟୀ
ରସୁଣ – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ପାଳଙ୍ଗ ପତ୍ର – ୩ ବିଡ଼ା
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଦହି – ୨ଚାମଚ
ବଟର – ୧ ଚାମଚ
ଅଟା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ପାଳଙ୍ଗ ଶାଗ, ଧନିଆ ପତ୍ରକୁ ପକାଇ ସିଝାନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଏକ ପାତ୍ରକୁ କାଢନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲରେ ଅଦା, ରସୁଣ, କଞ୍ଚା ଲଙ୍କା, ପିଆଜ, ଲୁଣ, ଟମାଟୋ ପକାଇ ଭାଜି ଏହି ମିଶ୍ରଣକୁ ଏକ ପାତ୍ରକୁ କାଢନ୍ତୁ। ଏହା ପରେ ସିଝା ପାଳଙ୍ଗ ଓ ଭଜା ହୋଇଥିବା ମିଶ୍ରଣକୁ ପେଷି ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପନିରକୁ ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଟା ୧ ଚାମଚ, ଗୋଟା ଜିରା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପକାଇ ଗୋଳାଇ ଦିଅନ୍ତୁ। ଏବେ ରଖିଥିବା ମିଶ୍ରଣ, ଦହି, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ପନିର ପକାଇ ଅଳ୍ପ ପାଣି ଦେଇ ୩ ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ।


୩ ରୁ ୪ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories