www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଆଜି

ବ୍ରିଜ୍‌ଟାଉନ୍‌ : ଗୁରୁବାର ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ୩ ମ୍ୟାଚ୍‌ର ଶୃଙ୍ଖଳା ଘରୋଇମାଟିରେ ଦିନିକିଆ ବିଶ୍ବକପ୍‌ ଲାଗି ଅଭ୍ୟାସ ଭାବେ ବ୍ୟବହାର କରିବ ଭାରତ। ଦୁର୍ଭାଗ୍ୟବଶତଃ ୱେଷ୍ଟଇଣ୍ଡିଜ୍‌ ପ୍ରଥମଥର ବିଶ୍ବକପ୍‌ ଖେଳିବ ନାହିଁ। ବିଶ୍ବକପ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନିକିଆ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ​ଟେଷ୍ଟ ଶୃଙ୍ଖଳାରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ଭାରତ ଦିନିକିଆ ଶୃଙ୍ଖଳା ଜିତିବାକୁ ମଧ୍ୟ ଫେଭରିଟ୍‌। ହେଲେ ଜିମ୍ବାୱେରେ ଆୟୋଜିତ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ କ’ଣ ତ୍ରୁଟି ରହିଲା; ତା’ର ବ୍ୟବଚ୍ଛେଦ କରିବ ୱେଷ୍ଟଇଣ୍ଡିଜ୍‌। ଜିମ୍ବାୱେ, ନେଦରଲାଣ୍ଡ୍‌ସ, ସ୍କଟ୍‌ଲାଣ୍ଡ ଓ ଶ୍ରୀଲଙ୍କାଠାରୁ ପରାସ୍ତହୋଇ ୨ ଥର ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହୋଇଛି।
ସୂଚନାଯୋଗ୍ୟ;​‌ ଶେଷଥର ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ୱେଷ୍ଟଇଣ୍ଡିଜ୍‌ ୨୦୦୬ରେ ୧୭ ବର୍ଷ ପୂର୍ବେ ଘରୋଇ ମାଟିରେ ଜିତିଥିଲା। ଶକ୍ତିଶାଳୀ ଭାରତୀୟ ଦଳ ବିପକ୍ଷରେ ୧୭ ବର୍ଷ ପରେ ଦିନିକିଆ ଶୃଙ୍ଖଳା ଜିତିବା ୱେଷ୍ଟଇଣ୍ଡିଜ୍‌ ପାଇଁ କଷ୍ଟସାଧ୍ୟ ହୋଇପାରେ। ପୁଣି ୨୦୧୯ ପରେ ଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୮ଟି ଦିନିକିଆ ମ୍ୟାଚ୍‌ ଜିତିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୧୨ଟି ଦିନିକିଆ ଶୃଙ୍ଖଳା ଜିତିଥିବା ରୋହିତ ଶର୍ମାଙ୍କ ଦଳ ଏହି ସଂଖ୍ୟାକୁ ୧୩ରେ ପହଞ୍ଚାଇବାକୁ ନିଶ୍ଚୟ ଚାହିଁବ। ପୁଣି ୱେଷ୍ଟଇଣ୍ଡିଜ୍‌ ମାଟି​‌େ​‌ର କ୍ରମାଗତ ୬ଟି ଦ୍ବିପାକ୍ଷିକ ଦିନିିକିଅା ଶୃଙ୍ଖଳା ଜିତିବା କୌଣସି ଦଳ ପାଇଁ ସହଜ ନଥିବା ବେଳେ ଭାରତ ଏହି କୃତିତ୍ବ ହାସଲ କରିବାକୁ ଯାଉଛି। ୱେଷ୍ଟଇଣ୍ଡିଜ୍‌ର ଦିନିକିଆ ଦଳ ସେପରି ଦୁର୍ବଳ ଦୁହେଁ। ଦଳରେ ନିକୋଲାସ୍ ପୁରନ୍ ଓ ଜେସନ୍ ହୋଲ୍‌ଡରଙ୍କ ପରି ମ୍ୟାଚ୍‌ ବି​‌େ​‌ଜତା ନାହାନ୍ତି ସତ; ଅନ୍ୟ ବ୍ୟାଟ୍‌ସମ୍ୟାନ୍ ଦଳକୁ ଜିତାଇପାରନ୍ତି। ତେଣୁ ଦଳକୁ ଗତ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ନିରାଶାକୁ ଭୁଲି ଏହାର ଚିରାଚରିତ ନିର୍ଭିକ କ୍ରିକେଟ ଉପରେ ଧ୍ୟାନଦେବାକୁ ପଡ଼ିବ। ଭାରତୀୟ ଦଳକୁ ବାମହାତି ବ୍ୟାଟ୍‌ସମ୍ୟାନ୍ ସିମ୍ରନ୍ ହେତ୍‌ମେୟରଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ୪୭ଟି ଦିନିକିଆରୁ ହେତ୍‌ମେୟର ୫ଟି ଶତକ ହାସଲ କରିଛନ୍ତି। ସେଥିରୁ ସେ ୨ଟି ଭାରତ ବିପକ୍ଷରେ ହାସଲ କରିଛନ୍ତି। ତାଙ୍କ ବ୍ୟାଟିଂ ଆଭ୍‌ରେଜ୍ ୩୫ରୁ ଅଧିକ ଥିବା ବେଳେ ଷ୍ଟ୍ରାଇକ୍‌ରେଟ୍‌ ୧୦୦ରୁ ଅଧିକ। ଏହାସତ୍ତ୍ବେ ବର୍ଷେ ହେଲା ହେତ୍‌ମେୟରଙ୍କୁ ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନାହିଁ। ଏହି ସୁଯୋଗ ସଦ୍‌ବ୍ୟବହାର କରିବାକୁ ହେତ୍‌ମେୟର ନିଶ୍ଚୟ ଚାହିଁବେ। ଭାରତ ବିପକ୍ଷରେ ହେତ୍‌ମେୟର ୫୦୦ରୁ ଅଧିକ ରନ୍‌ କରିଛନ୍ତି। ତାଙ୍କ ଆଭ୍‌ରେଜ୍‌ ୪୫.୪୫। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସମସ୍ତ ଦୃଷ୍ଟି ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ଉପରେ ରହିବ। କୁଲଦୀପ ଗତ ୮ଟି ଦିନିକିଆରୁ ୧୫ଟି ୱିକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ରେ ୭ଟି ଦିନିକିଆରୁ କୁଲଦୀପ ୧୧ଟି ୱିକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ଆନ୍ତର୍ଜାତିକ ଦିନିକିଆରେ ନୂଆ ପ୍ରାରମ୍ଭ କରିବାକୁ ଯାଉଥିବା ବେଳେ କିଛି ପୁରୁଣା ଖେଳାଳିଙ୍କୁ ହରାଇଛି। ଦୁଇ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ବ୍ରାଣ୍ଡନ୍ କିଙ୍ଗ୍‌ ଓ କାଏଲ୍‌ ମେୟର୍ସ ଇନିଂସ ଓପନ୍‌ କରିବେ। ଅଧିନାୟକ ସୈ ହୋପ୍, ହେତ୍‌ମେୟର ଓ ରୋଭ୍‌ମ୍ୟାନ୍ ପୱେଲ ମଧ୍ୟକ୍ରମ ସମ୍ଭାଳିବେ। ବ୍ୟାଟିଂ ଅପେକ୍ଷା ୱେଷ୍ଟଇଣ୍ଡିଜ୍‌ର ବୋଲିଂ ବେଶ୍‌ ଦୁର୍ବଳ ଲାଗୁଛି। ଦିନିକିଆ​‌େ​‌ର ଭାରତ ୩ ଜଣ ଅଲ୍‌ରାଉଣ୍ଡର ଖେଳାଇବା ନୀତି ଆପଣାଇଛି। ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ଦଳର ନିୟମିତ ସଦସ୍ୟ ହୋଇଥିବା ବେଳେ ଅକ୍ଷର ପଟେଲ ଓ ସାର୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣେ ଅଲ୍‌ରାଉଣ୍ଡର ଖେଳିବେ। ଭାରତର ବ୍ୟାଟିଂ ଲାଇନ୍ ପ୍ରଥମ ପସନ୍ଦର ଏବଂ ବେଶ୍‌ ଶକ୍ତିଶାଳୀ। ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ପ୍ରଥମ ୫ଟି ସ୍ଥାନରେ ବ୍ୟାଟିଂକରିବା ନିଶ୍ଚିତ। ୱିକେଟ ରକ୍ଷକ ଭାବେ ଇଶାନ୍ କିଷନ୍ ଓ ସଞ୍ଜୁ ସାମ୍‌ସନଙ୍କ ମଧ୍ୟରୁ ଜଣେ ଖେଳିବେ। ଯିଏ ବା ଖେଳନ୍ତୁ; ତାଙ୍କୁ ଉପର ଅର୍ଡରରେ ବ୍ୟାଟିଂ ମିଳିପାରେ। ମହମ୍ମଦ ସିରାଜ୍ ପ୍ରଥମ ପସନ୍ଦର ପେସ୍ ବୋଲର ହୋଇଥିବା ବେଳେ ଉମ୍ରାନ୍ ମାଲିକ୍, ଜୟଦେବ ଉନାଦ୍‌କତ ଓ ମୁକେଶ କୁମାରଙ୍କ ମଧ୍ୟରୁ ଜଣେ ଖେଳିବେ। ପିଚ୍‌ରେ ପେସ୍‌ ବୋଲରଙ୍କୁ ସହୟତା ମିଳିପାରେ। ମ୍ୟାଚ୍‌ରେ ବର୍ଷା ସମ୍ଭାବନା ମଧ୍ୟ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories