www.samajalive.in
Sunday, December 14, 2025
26.1 C
Bhubaneswar

ସମାଜ ପ୍ରଭାବ: ଫିଟିଲା ଶୌଚାଳୟ ତାଲା, ପୁଣି ଫିଲ୍ଟର୍ ପାନୀୟ ଜଳ ଯୋଗାଣ ହେଲା

ଲଡୁଗାଁ: କୋକସରା ମୁଖ୍ୟାଳୟ ବସଷ୍ଟାଣ୍ଡ ବିଶ୍ରାମ ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡିଥିଲା । ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣ ପରିବର୍ତ୍ତେ ବିଶ୍ରାମଗୃହ ଓ ଶୌଚାଳୟରେ ତାଲା ପକାଇ ଦେଇଥିଲା। ଯଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଥିଲେ । ଯାତ୍ରୀଙ୍କ ଅସୁବିଧା, ସୁରକ୍ଷା ଓ ଅଭିଯୋଗକୁ ଭିତ୍ତି କରି ଗତ ଶନିବାର ଦିନ ପ୍ରଥମେ ସମାଜ ଖବରକାଗଜ ‘ଯାତ୍ରୀ ବିଶ୍ରାମ ଗୃହରେ ତାଲା’ ଶୀର୍ଷକଟି ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବା ପରେ କୋକସରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲ ସଙ୍ଗେ ସଙ୍ଗେ ତାଲା ଖୋଲିବା ସହ ସଫା ସୁତୁରା କରାଇ ଜଣକୁ ଏହାର ସଫେଇ ପାଇଁ ରଖାଯାଇଥିବା କହିଛନ୍ତି । ଉକ୍ତ ବିଶ୍ରାମ ଗୃହରେ ଯେଉଁମାନେ ପାନ ପୁଡ଼ିଆ ଖାଇ ଛେପ ପକାନ୍ତି, ଅପରିଷ୍କାର କରନ୍ତି ସେମାନଙ୍କୁ ତାଙ୍କ ନିଜ ଘର ଭଳି ଏହି ବିଶ୍ରାମ ଗୃହକୁ ମଧ୍ୟ ସଫା ରଖିବା ସହ ଶୌଚାଳୟ ବ୍ୟବହାର କରି ପାଣି ସଠିକ ଭାବେ ପକାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଯେହେତୁ ସେ ପଞ୍ଚାୟତ ପାଇଁ ନୂଆ ତେଣୁ ଗ୍ରାମବାସୀଙ୍କୁ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ତାହାରି ସମାଧାନ ଦିଗରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories