କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ଅଫିସ ଭିତରେ ଗତ ୨୦୨୨ ମସିହା ଡିସେମ୍ବର ୧୭ ତାରିଖ ଦିନ ଜଣେ ବନ୍ଧୁକ ଧାରୀ ଅଫିସରେ କାମ କରୁଥିବା ସମୟରେ ସାନିଟେସନ ଏସ୍ପପର୍ଟ (ପରିମଳ ବିଭାଗ)ର ହେମନ୍ତ ସ୍ୱାଇଁଙ୍କ ପାଖକୁ ଆସି ଗାଳିଗୁଲଜ କରିବା ସହ ବନ୍ଧୁକ ଧରି ଅଫିସ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଏନେଇ କଣ୍ଟାବାଞ୍ଜି ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। କଣ୍ଟାବାଞ୍ଜି ପୁଲିସ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଥାନା ଭାରପ୍ରାପ୍ତ ଅଧିକାରୀ ପୁଲିସ ନିରୀକ୍ଷକ ରଶ୍ମିତା ବେହେରା ଘଟଣାର ତଦନ୍ତ ଭାର ନେଇ ୭ ମାସ ପରେ ଫେରାର ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଲେ କଣ୍ଟାବାଞ୍ଜି ସହର ଆନନ୍ଦନଗର ପଡ଼ାର ସୁଶୀଲ ରଏତି।
Popular Categories



