www.samajalive.in
Wednesday, December 10, 2025
16.1 C
Bhubaneswar

ସମାଜ ପ୍ରଭାବ: ଡ୍ରେନ ସଫା କରାଇଲେ ବ୍ଲକ ଉପାଧ୍ୟକ୍ଷ

ଲଡୁଗାଁ: ଲଡୁଗାଁ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ୩ ନମ୍ବର ୱାର୍ଡ ଛେଲିଆପଡା ବନ୍ଦପଡ଼ା ରାସ୍ତାରେ ଡ୍ରେନ୍ ମଇଳା ପାଣି ବହିବା ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ନେଇ ‘ସମାଜ’ ଖବରକାଗଜ ଖବର ପ୍ରକାଶ ପାଇବା ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ନିଜସ୍ୱ ଉଦ୍ୟମରେ ଲଡୁଗାଁ ସେଠାକାର ଡ୍ରେନ ଓ ଲଟା ବୁଦାକୁ ସଫା କରାଇଥିଲେ। ଉକ୍ତ କାର୍ଯ୍ୟ ତଦାରଖ କରି ରାସ୍ତା କଡ ଦୋକାନୀ ତଥା ଜନସାଧାରଣଙ୍କୁ ନିଜେ ନିଜ ଘର ଅଗଣା କିପରି ସଫା ରଖିବା, ଡ୍ରେନକୁ ସଫା ରଖିବା ଓ କିଭଳି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ହେବ ଏବଂ ସ୍ଵଚ୍ଛ ଓ ପରିମଳ ବ୍ୟବସ୍ଥା ଉପରେ ସଚେତନ ରହିବା ସେନେଇ ଆଲୋଚନା କରିଥିଲେ। ଏହାସହ ଦୁର୍ଗମ ଅଞ୍ଚଳଠୁ ଆରମ୍ଭ କରି ଗଳି କନ୍ଦି ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରୁଥିବାରୁ ‘ସମାଜ’ ଖବରକାଗଜକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories