www.samajalive.in
Saturday, December 13, 2025
21.1 C
Bhubaneswar

ଲିଫ୍ଟରୁ ଖସି ଯୁବକ ଗୁରୁତର

ଖଣ୍ଡଗିରି : ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣାର ଏକ ଆପାର୍ଟମେଣ୍ଟ ଲିଫ୍ଟରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ସ୍ମୃତିରଞ୍ଜନ ଦାସ । ସେ ଜଣେ ଡେଲିଭେରି ବୟ ଭାବେ କାମ କରନ୍ତି।
ସୂଚନା ଅନୁସାରେ ସୋମବାର ସ୍ମୃତି ଗୋଠପାଟଣାରେ ଥିବା ସାଇ ଆଶ୍ରୟ ଆପାର୍ଟମେଣ୍ଟକୁ କିଛି ଜିନିଷ ଡେଲିଭରି ଦେବାକୁ ଯାଇଥିଲେ। ସେ ଜିନିଷ  ଦେଇ ଲିଫ୍ଟରେ ଫେରିବା ସମୟରେ କୌଣସି କାରଣରୁ ଲିଫ୍ଟ ଅଚଳ ହୋଇଥିଲା ଓ ସେ ଖସି ପଡ଼ିଥିଲେ। ଫଳରେ ସ୍ମୃତି ଗୁରୁତର ଆହତ ହୋଇଥିବାବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଉଦ୍‌ବେଗଜନକ ଅଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories