www.samajalive.in
Sunday, December 14, 2025
26.1 C
Bhubaneswar

କେନାଲକୁ ଖସିଲା କାର୍‌‌ ; ଗୋଟିଏ ପରିବାରର ୫ ମୃତ

ଲଖନଉ : ଉତ୍ତରପ୍ରଦେଶର ଏଟା ଜିଲାରେ ସକାଳ ସମୟରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌‌ କେନାଲକୁ ଖସି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଖୁବ୍‌‌ ଜୋରରେ ଚିତ୍କାର ଶୁଣାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, କାସଗଞ୍ଜ ଜିଲାର ଗଞ୍ଜଣ୍ଡୱାରା ଥାନା ଅନ୍ତର୍ଗତ ଏକ ଗାଁର ବାସିନ୍ଦା ଜଣେ ମହିଳାଙ୍କ ଚିକିତ୍ସା ନିମନ୍ତେ ଏଟା ନେଇ କରି ଯାଉଥିଲେ। ସେହି ସମୟରେ ପୋଲ ଉପରେ ଯିବା ସମୟରେ ଦ୍ରୁତ ଗତିରେ ଥିବା ହେତୁ କାର୍‌‌ଟି ଅନିୟନ୍ତ୍ରିତ ହୋଇ କେନାଲ ମଧ୍ୟକୁ ଖସି ପଡିଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ କାରରେ ଫସିଥିବା ସଭିଁଙ୍କୁ ବାହାର କରିଥିଲେ। ସେଠାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସଭିଁଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories