www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରେମ ପାଇଁ ସୀମା ପାର ହେଲେ ଅଞ୍ଜୁ :ପାକିସ୍ତାନରୁ ଗିରଫ

ଜୟପୁର: ସୀମା ହାଇଦରର କାହାଣୀ ନୂଆ ମୋଡ଼ ନେଉଥିବାବେଳେ ଏବେ ପୁଣି ଏକ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ପ୍ରେମ ପାଇଁ ପ୍ରେମିକକୁ ଭେଟିବାକୁ ସବୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା ଅଞ୍ଜୁ। ସୂଚନା ଅନୁସାରେ, ଫେସବୁକରେ ପାକିସ୍ତାନର ଖୈବର ନସରୁଲ୍ଲହାଙ୍କ ସହ ଅଞ୍ଜୁଙ୍କ ବନ୍ଧୁତା ହୋଇଥିଲା । ବନ୍ଧୁତା ପରେ ପ୍ରେମରେ ରୂପାନ୍ତର ହୋଇଥିଲା। ପରସ୍ପର ମଧ୍ୟରେ ପ୍ରେମ ହେବାରୁ ପାକିସ୍ତାନର ଖୈବର-ପଖତୁନଖ୍ବାରଙ୍କୁ ଭେଟିବାକୁ ସୀମା ପାର ହୋଇ ଯାଇଛନ୍ତି ରାଜସ୍ଥାନର ଜନୈକା ମହିଳା ଅଞ୍ଜୁ। ସେ ସ୍ବାମୀ ଅରବିନ୍ଦ ଓ ପିଲାଙ୍କ ସହ ଭିୱାଡ଼ିରେ ଭଡ଼ା ଘରେ ରହୁଥିଲେ। ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି ଅଞ୍ଜୁ । ଜୟପୁର ଯିବା ବାହାନାରେ ଘରୁ ବାହାରିଥିଲେ । ହେଲେ ରବିବାର ସନ୍ଧ୍ୟାରେ ସ୍ବାମୀଙ୍କୁ ଲାହୋର ଯାଉଥିବା କହିଥିଲେ ବୋଲି ତାଙ୍କ ସ୍ବାମୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିବାବେଳେ ଡକୁମେଣ୍ଟ ଯାଞ୍ଚ ସରିବା ପରେ ଅଞ୍ଜୁଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories