www.samajalive.in
Sunday, December 14, 2025
26.1 C
Bhubaneswar

କଦମ୍ବଗଛରୁ ପଡି ନବମ ଶ୍ରେଣୀ ଛାତ୍ର ମୃତ

ଦେଓଗାଁ: ଗାଇବାହଲ ଗାଁର ଅଙ୍ଗନବାଡିକର୍ମୀଙ୍କ ଠାରୁ ସ୍କୁଲ ଗେଟ ଚାବି ନେଇ ରବିବାର ଦିନ ଦେଓଗାଁ ଅଞ୍ଚଳର ଜଣେ ଶିକ୍ଷକ ଗାଇବାହଲ ଗାଁର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଗାଇବାହଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାଳବିକାଶ କାର୍ୟ୍ୟକ୍ରମ କରୁଥିଲେ।  ନବମ ଶ୍ରେଣୀରେ ପଢ଼ୁଥିବା ସୀତାରମ କିଛି ଛାତ୍ରଙ୍କ ସହ ଖେଳକୁଦ କରି ଏକ କଦମ୍ବ ଗଛକୁ ଚଢିଯାଇ ତଳେ ପଡିଯାଇଥିଲେ । ଫଳରେ ସେ ଗୁରୁତର ହେବାରୁ ଗାଁ ଲୋକେ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିଲେ। କିନ୍ତୁ ରବିବାର ବିଳମ୍ବିତ ରାତିରେ ଛାତ୍ର ଜଣକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏବେ ପ୍ରଶ୍ନ ଉଠୁଛି ଛୁଟି ଦିନରେ ସ୍କୁଲ ପରିସରରେ ଛୋଟ ଛୋଟ ପିଲାଙ୍କୁ ନେଇ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ବାଳ ବିକାଶ କାର୍ୟ୍ୟକ୍ରମ କରିବା ପାଇଁ ଶିକ୍ଷକଙ୍କୁ କିଏ ଅନୁମତି ଦେଇଥିଲେ ? ଅଙ୍ଗନବାଡିକର୍ମୀ କାହା ନିର୍ଦେଶରେ ସ୍କୁଲ ଗେଟର ଚାବି ଦେଇଥିଲେ ସେ ଦିଗରେ ତଦନ୍ତ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ପୁଲିସ ହସ୍ତକ୍ଷେପ କରି ସଠିକ ତଦନ୍ତ କରିବାକୁ ମୃତ ଛାତ୍ରଙ୍କ ପରିବାର ଲୋକେ ଦାବୀ କରିଛନ୍ତି। ଆଜି ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଆସିଲା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories