www.samajalive.in
Sunday, December 14, 2025
23.1 C
Bhubaneswar

ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ୯ ଗିରଫ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ଦ୍ବାରା ପରିଚାଳିତ ଜୁନିୟର ଇଞ୍ଜିନିୟର(ଜେଇ) ସିଭିଲ ମେନ ପରୀକ୍ଷା ରଦ୍ଦ କରାଯାଇଛି। ଓଏସଏସସି ଦ୍ବାରା ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଜୁନିୟର ଇଞ୍ଜିନିୟର(ଜେଇ) ସିଭିଲ ମେନ ପରୀକ୍ଷା ରଦ୍ଦ ହୋଇଛି। ଏନେଇ ଓଏସଏସସି ଅଧ୍ୟକ୍ଷ ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ବାଲେଶ୍ବର ଏସପି ସାଗରିକା ନାଥଙ୍କ ରିପୋର୍ଟ ଅନୁସାରେ ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ କରାଯାଇଥିବାବେଳେ ସେପ୍ଟେମ୍ବର ୩ରେ ଜେଇ ସିଭିଲ ମେନ ସାନି ପରୀକ୍ଷା କରାଯିବା ନେଇ ସୂଚନା ଜାରି କରାଯାଇଛି।

- Advertisement -

ଜବ ଫ୍ରଡ ଘଟଣାରେ ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇ କହିଛନ୍ତି ଯେ ଜୁନିୟର ଇଞ୍ଜିନିୟର(ଜେଇ) ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଓଏସଏସସି ପକ୍ଷରୁ ସେଦିନ ଜେଇଇ ସିଭିଲ ମେନ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି। ତେଣୁ ଆମେ ଓଏସଏସସିକୁ ଲିଖିତ ଭାବେ ଅବଗତ କରିଛୁ। ପ୍ରଶ୍ନପତ୍ର ପ୍ରଘଟ ସମେତ ଏହି ସମଗ୍ର ଘଟଣାରେ ୯ଜଣ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି ଏବଂ ସେ ରାଜ୍ୟ ବାହାରେ ରହିଛି। ତାକୁ ଧରିବାକୁ ସବୁ ପ୍ରକାର ଉଦ୍ୟମ ଚାଲିଛି। ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା। ଧରାପଡ଼ିଥିବା ରାକେଟ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ବୋଲି ବାଲେଶ୍ବର ଏସପି ସାଗରିକା ନାଥ ପ୍ରକାଶ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories