www.samajalive.in
Saturday, December 6, 2025
26.1 C
Bhubaneswar

ଏପଟେ ସରିନି ନିର୍ମାଣ କାମ; ସେପଟେ ଫାଟିଲାଣି ବ୍ରିଜ୍‌

ଗୋପାଳପୁର: ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି‌ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି। ହେଲେ କାର୍ଯ୍ୟ ତଦାରଖ ଦାୟିତ୍ଵରେ ରହିଥିବା ବିଭାଗର ଅପାରଦର୍ଶିତା ସମେତ ମୋଟା ଅଙ୍କର ପିସି କାରବାର ଯୋଗୁଁ ଯୋଜନା ଲୋକଙ୍କ କାମରେ ଲାଗିବା ପୂର୍ବରୁ ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି। ଏପରି ଏକ ଚିତ୍ର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରାୟଣପୁର-ହରିପୁର ମଧ୍ୟରେ ୧୫ କୋଟି ୪୩ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସେତୁରେ ଦେଖିବାକୁ ମିଳିଛି।

ଗତ ୨୦୧୮ ଡିସେମ୍ବର ୧୦ ତାରିଖରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ନାରାୟଣପୁର-ହରିପୁର ରାସ୍ତାରେ ଦୁଇଟି ଉଚ୍ଚ ସେତୁ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହା ମଧ୍ୟରେ ବ୍ରିଜ ନିର୍ମାଣ କାମ ସରିଯାଇଥିବା ବେଳେ ଆପ୍ରୋଚ ରାସ୍ତା ଓ ବେରିକେଡିଂ କାମ ଚାଲୁ ରହିଛି। କିନ୍ତୁ ଏବେ ବ୍ରିଜର ସଂଯୋଗ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହାସହ ବ୍ରିଜକୁ ସୁରକ୍ଷା ଦେବା ନିମନ୍ତେ ଆପ୍ରୋଚ ରୋଡ଼ର ଦୁଇ କଡ଼ରେ ପଥର ପେକିଂ କାମ ନିମ୍ନମାନର ହୋଇଥିବାରୁ ସାମାନ୍ୟ ବର୍ଷାରେ କେତେକ ସ୍ଥାନରେ ମାଟି ଧୋଇଯାଇ ପଥରଗୁଡ଼ିକ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୨୦୧୮ ଡିସେମ୍ବରରେ ଏହି ବ୍ରିଜ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବା ବେଳେ କରୋନା ଯୋଗୁଁ ଏହାର ନିର୍ମାଣ କାମ ବିଳମ୍ବରେ ଆରମ୍ଭ ହୋଇଥିଲା। କାମ ନେଇଥିବା ଠିକାଦାର ପକ୍ଷରୁ ନିମ୍ନମାନର ସାମଗ୍ରୀ ବ୍ୟବହାର ସହ କାର୍ଯ୍ୟ ତଦାରଖ ଦାୟିତ୍ଵରେ ରହିଥିବା ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବ୍ରିଜ୍ ନିର୍ମାଣ ସମୟରେ ସଠିକ ତଦାରଖ ନକରିବା ସହ ପିସି କାରବାର ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ସାଧାରଣରେ ଆଲୋଚନା ହେଉଛି। ଘଟଣା ନେଇ ପୂର୍ତ୍ତ ବିଭାଗ ଡିଭିଜନ ୨ର ନିର୍ବାହୀ ଯନ୍ତ୍ରୀ ନିର୍ମଳ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ବ୍ରିଜର ଜଏଣ୍ଟ ସ୍ଥାନରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ତୁରନ୍ତ ସଜାଡ଼ି ଦିଆଯିବ ବୋଲି ସେ ମତପୋଷଣ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories