www.samajalive.in
Sunday, December 7, 2025
14.1 C
Bhubaneswar

୨ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ

ଲଡୁଗାଁ: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଲୋକଙ୍କ ସୁବିଧା ନିମନ୍ତେ ସରକାରୀସ୍ତରରେ ମନରେଗା ତଥା ଅନ୍ୟ ଅନୁଦାନରେ ବିଭିନ୍ନ ପ୍ରକାର କାର୍ଯ୍ୟ କରାଯାଉଛି । ପଞ୍ଚାୟତ କ୍ଷେତ୍ରରେ ଦୋକାନ ବଜାର, ହାଟ ପାଇଁ ଗୃହ ନିର୍ମାଣ ସହ ଭିତ୍ତିଭୂମି ବିକାଶ କରି ପଂଚାୟତର ଆୟ ବୃଦ୍ଧି କରାଯାଉଛି । କିନ୍ତୁ କୋକସରା ବ୍ଲକ ଲଡୁଗାଁରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ପଞ୍ଚାୟତ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯/୨୦ ରୁ ୨୦୨୦/୨୧ ଆର୍ଥିକ ବର୍ଷରେ ଲଡୁଗାଁ ବସ ଷ୍ଟାଣ୍ଡ ନିକଟରେ ଚାରିଗୋଟି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। କିଭଳି ଜନସାଧାରଣ ରୋଜଗାର ପାଇବେ, ପଞ୍ଚାୟତର ଆର୍ଥିକ ଅଭିବୃଦ୍ଧି ହେବ ସେ ନେଇ କମ୍ପ୍ଲେକ୍ସ ନିର୍ମିତ ହୋଇଥିଲା ।କିନ୍ତୁ ଆଜକୁ ପ୍ରାୟ ୨ରୁ ୩ ବର୍ଷ ହୋଇଥିଲେ ସୁଦ୍ଧା ଗୃହଗୁଡ଼ିକ ବନ୍ଦ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଆନୁମାନିକ ଭାବେ ଯଦି ମାସକୁ ଗୋଟିଏ ଗୃହ ପିଛା ସର୍ବନିମ୍ନ ୫ ଶହ ଟଙ୍କା ଲେଖାଏଁ ନିଆଯାଏ, ତେବେ ୪ଟି ଗୃହ ବାବଦକୁ ୨ ହଜାର ଟଙ୍କା ପ୍ରତିମାସରେ ପଞ୍ଚାୟତ ପାଣ୍ଠି ସଂଗ୍ରହ ହେଉଥିବା ବେଳେ ୨ରୁ ୩ ବର୍ଷକୁ ପ୍ରାୟ ୭୨ ହଜାରରୁ ୯୬ ହଜାର ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ରୋଜଗାର ହେବ । ତେବେ କୌଣସି କାମରେ ନଆସି ଅବହେଳିତ ଅବସ୍ଥାରେ ପଡ଼ି ପଞ୍ଚାୟତ ଆମଦାନୀରେ ବାଧା ସୃଷ୍ଟି ହେବା ସହ କୌଣସି ବେରୋଜଗାର ଯୁବକ ରୋଜଗାର ପାଉନାହାନ୍ତି । ଏହାସହ ଲୋକେ ପଞ୍ଚାୟତକୁ ବାରମ୍ବାର ଆବେଦନ କରିଥିଲେ ହେଁ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ଏକ ବାହାନା ଦେଖାଇ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ଏ ନେଇ ତତ୍କାଳୀନ ସରପଞ୍ଚଙ୍କଠାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଲୋକଙ୍କୁ ସୁଫଳ ମିଳି ନ ଥିଲା । ତେବେ ବର୍ଷା ଦିନ ଆସିଲା ଏବେ ଅବସ୍ଥା ସମ୍ପୂର୍ଣ୍ଣ ଦୟନୀୟ । କମ୍ପ୍ଲେକ୍ସ ଗୃହ ଆଗରେ ଆବର୍ଜନା ପଡି ପୁତି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ପଞ୍ଚାୟତ ପକ୍ଷରୁ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ କରି ରଖିବାକୁ ନେଇ ଜନମାନସରେ ବିଭିନ୍ନ ମତ ପ୍ରକାଶ ପାଉଛି । ଲଡୁଗାଁ ଏକ ବ୍ୟବସାୟିକ ନଗରୀ ବୋଲାଉଥିବା ବେଳେ ଏଠାରେ ବ୍ୟବସାୟୀ ସରକାରୀ ତଥା ନିଜ ନିଜ ଜାଗାରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ ଲଡୁଗାଁ ସହରବାସୀ ଲାଭବାନ ହେବା ସହ ବିଭିନ୍ନ ଲୋକଙ୍କୁ ସୁବିଧା ହେଉଛି ସତ କିନ୍ତୁ ରାସ୍ତା ସଙ୍କୁଚିତ ହେବା ତଥା ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ଯେତିକି ଯୁକ୍ତିଯୁକ୍ତ ତା ବ୍ୟତୀତ ଉଠା ଦୋକାନୀମାନଙ୍କ ଦୋକାନରେ ଭିଡ଼ ସେତିକି ଆଲୋଚନାର ବିଷୟ। କାରଣ ଉଠା ଦୋକାନୀମାନଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ବ୍ୟବହାରରେ ଆସୁ ନଥିବା ଯୋଗୁଁ ଉଭୟ ଜନସାଧାରଣ ଓ ନିଜ ପେଟପାଟଣା ଚିନ୍ତାରେ ଥିବା କର୍ମଜୀବୀ ଦୁହିଁଙ୍କ ପାଇଁ ବାଧା ସୃଷ୍ଟି କରୁଛି । ଯେମିତି ମାର୍କେଟ୍ କମ୍ପ୍ଲେକ୍ସ ଥାଇକି ନଥିଲା ଭଳି ମନେ ହେଉଛି। ପଞ୍ଚାୟତର ରାଜ୍ୟ ଅନୁଦାନ, କେନ୍ଦ୍ରୀୟ ଅନୁଦାନ, ସାଧାରଣ ଅନୁଦାନ, ପଂଚାୟତ ଫଣ୍ଡ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଅଞ୍ଚଳରେ ଛତୁ ଫୁଟିଲା ଭଳି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ଭଳିକି ଭଳି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେଉଛି। କିନ୍ତୁ ଏହି ମାର୍କେଟ କମ୍ପ୍ଲେକ୍ସ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସରକାର ପଂଚାୟତ ଅଧୀନରେ ଥିବା ଜଳ ଉତ୍ସ, ବଜାର, ହାଟ ଆଦିର ପୁନଃନିର୍ମାଣ ପାଇଁ ବ୍ୟୟ ବରାଦ ମଧ୍ୟ କରୁଛନ୍ତି। କିନ୍ତୁ ଲଡୁଗାଁର ମାର୍କେଟ କମ୍ପ୍ଲେକ୍ସ ନିଜର ଅସ୍ତିତ୍ବ ହରାଇବାକୁ ବସିଛି। ଏ ନେଇ ଲଡୁଗାଁ ସରପଞ୍ଚ ନକୁଳ ନାଏକଙ୍କୁ ପଚାରିବାରୁ ସେ ଏ ବିଷୟରେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବା ସହ ନିଲାମ ପାଇଁ ନୋଟିସ୍ ଜାରି କରାଯିବ ବୋଲି କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories