www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସନ୍ତୋଷ କୁମାର ଷଡ଼ଙ୍ଗୀ, ମହାନିର୍ଦ୍ଦେଶକ ବୈଦେଶିକ ବାଣିଜ୍ୟ ବିଭାଗ ଭାରତ ସରକାର, ମୁଖ୍ୟ ବକ୍ତା ଶଙ୍କର ପି. ସିନ୍ଧେ, ସଭାପତି ଆର୍ନ୍ତଜାତୀୟ କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍, ସମ୍ମାନିତ ଅତିଥି ଭାବରେ ଶାଶ୍ୱତ ମିଶ୍ର, ପ୍ରମୁଖ ସଚିବ, ଏମ୍ଏସ୍ଏମ୍ଇ ବିଭାଗ ଓଡ଼ିଶା ସରକାର, ସତେନ୍ଦ୍ର କୁମାର ସିଂହ, ମୁଖ୍ୟ କମିଶନର୍ ଜିଏସଟି, ସି.ଏକ୍ସ ଏବଂ କଷ୍ଟମ୍ଭୁବନେଶ୍ୱର, ମାଧବ ଚନ୍ଦ୍ର ମିଶ୍ର କମିଶନର୍ କଷ୍ଟମ୍ ବିଭାଗ, ଭୁବନେଶ୍ୱର, ପି.ଏଲ୍.ହରନାଥ, ଚେୟାରମ୍ୟାନ୍ ପାରାଦୀପ ପୋର୍ଟ ଟ୍ରଷ୍ଟ ଅଥୋରିଟି ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟରେ ଗଢି ଉଠିଥିବା ୩ଟି ପୋର୍ଟ, ୩ଟି ଆଇଡ଼ିସିକୁ ନେଇ ଗଠନ କରାଯାଇଥିବା ଓଡ଼ିଶା କଷ୍ଟମ୍ ବ୍ରୋକରସ୍ ଆସୋସିଏସନ୍ କିପରି ମହତ୍ ଉଦ୍ଦେଶ୍ୟକୁ ପରିବାପ୍ତ କରି ରାଜ୍ୟ ଓ ଦେଶର ସ୍ୱାର୍ଥ ପାଇଁ କରାଯାଇଥିବା ଉଦ୍ୟମକୁ ଅତିଥିମାନେ ଭୂୟସି ପ୍ରଂଶସା କରିଥିଲେ। ଓଡ଼ିଶା କଷ୍ଟମ୍ସ୍୍ ବ୍ରୋକରସ୍ ଆସୋସିଏସନ୍ କିପରି ନିଜର କଳେବରକୁ ବୃଦ୍ଧି କରି ରାଜ୍ୟରେ ଚାଲିଥିବା ରପ୍ତାନୀ ଓ ଆମଦାନୀ କାରବାରକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିବ ତାରି ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍ର ମୁଖ୍ୟ ଲକ୍ଷ୍ୟ ରାଜ୍ୟ କିପରି ନିଯୁକ୍ତି ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅଗ୍ରସର କରିପାରିବ। ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନ୍ର ଏପରି ମହତ୍ ଉଦ୍ଦେଶ୍ୟକୁ ସ୍ୱାଗତ ଜଣାଇଥିଲେ। ଓଡ଼ିଶା କଷ୍ଟମ୍ସ୍ ବ୍ରୋକରସ୍ ଆସୋସିଏସନର ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ଉକ୍ତ ସଭାକୁ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories