www.samajalive.in
Sunday, December 14, 2025
23.1 C
Bhubaneswar

ଇସ୍ରୋ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଶ୍ୱେତପଦ୍ମାଙ୍କ ମଣ୍ଡଳ ଚିତ୍ରକଳା ‘ଚନ୍ଦ୍ରାୟନ-୩’

କେନ୍ଦୁଝରଗଡ଼: ଚନ୍ଦ୍ର ଅଭିଯାନ ନିମନ୍ତେ ଇସ୍ରୋ ନିର୍ମିିତ ‘ଚନ୍ଦ୍ରଯାନ-୩’ର ସଫଳ ଉତ୍‌‌କ୍ଷେପଣ ପରେ ଏହାର ସଫଳତା ନେଇ ସାରା ଦେଶରେ ଉତ୍ସୁକତା ଦେଖାଦେଇଛି। ଚନ୍ଦ୍ର ପୃଷ୍ଟରେ ଏହା ଅବତରଣ କଲେ ଭାରତ ବିଶ୍ୱରେ ଇତିହାସ ରଚିବାକୁ ଥିବାରୁ କେନ୍ଦୁଝରର ଝିଅ ଶ୍ୱେତପଦ୍ମା ମଣ୍ଡଳ ଚିତ୍ରକଳାରେ ‘ଚନ୍ଦ୍ରାୟନ-୩’ ଆଙ୍କି ଏହି ଅଭିଯାନରେ ସାମିଲ ସମସ୍ତ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଉପହାର ପ୍ରଦାନ କରିଥିବା କହିଛନ୍ତି। ଶ୍ୱେତପଦ୍ମା ପୂର୍ବରୁ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ମଣ୍ଡଳ ଚିତ୍ରକଳାରେ ଆଙ୍କିବା ସହ ବହୁ ମନଲାଖି ଚିତ୍ରକଳା ଆଙ୍କି ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଦିିତ ହୋଇସାରିଛନ୍ତି। ତେବେ ନିକଟରେ ଇସ୍ରୋ ବୈଜ୍ଞାନିକଙ୍କ ନିର୍ମିିତ ‘ଚନ୍ଦ୍ରାୟନ-୩’ର ସଫଳ ଉତ୍‌‌କ୍ଷେପଣ ପରେ ବୈଜ୍ଞାନିକଙ୍କ ମନୋବଳ ବୃଦ୍ଧି ସହ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଦୀର୍ଘ ୪୦ଘଣ୍ଟା ପରିଶ୍ରମ କରି ‘ଚନ୍ଦ୍ରାୟନ-୩’ର ମଣ୍ଡଳ ଚିତ୍ରକଳା ଆଙ୍କି ବେଶ୍‌‌ ପ୍ରଶଂସା ସାଉଁଟିଛନ୍ତି। ସୂଚନାଯୋଗ୍ୟ ଯେ, ଚିତ୍ରକଳା ପ୍ରତି ଆଗ୍ରହ ରଖିଥିବା ଶ୍ୱେତପଦ୍ମା ବିଜ୍ଞାନରେ ସ୍ନାତ୍ତକ ଶିକ୍ଷା ଲାଭ ପରେ ଇତିହାସରେ ସ୍ନାତ୍ତକୋତ୍ତର ଓ ବିଇଡି ଶିକ୍ଷା ଲାଭ ପରେ ବିରଳ ସ୍ନାୟୁ ରୋଗରେ ପୀଡିତ ହୋଇ ସ୍ୱଳ୍ପ ଦୃଷ୍ଟିଶକ୍ତି ବାଧିତ ହେବା ପରେ ଘରେ ରହି ମଣ୍ଡଳ ଚିତ୍ରକଳାରେ ନିଜକୁ ବ୍ୟସ୍ତ ରଖିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories