www.samajalive.in
Friday, December 12, 2025
16.1 C
Bhubaneswar

ସ୍ବତନ୍ତ୍ର ଓଜେଇ ପରୀକ୍ଷାଫଳ ପ୍ରକାଶ, ବି.ଟେକରେ ୮,୬୫୫ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ କାର୍ଡ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଦ୍ୱିତୀୟ ତଥା ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ଜୁନ୍ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷାରେ ବି. ଟେକରେ ୮ହଜାର ୬୫୫ଜଣଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମା- ୪ହଜାର ୫୬୮ ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସସି- ୬୪ ଜଣ ଛାତ୍ରଛାତ୍ରୀ, ବି. ଫାର୍ମାରେ ୨ ହାଜର ୪୪୨ , ଏମବିଏରେ ୪ହଜାର ୨୮୭, ଏମସିଏରେ ୧ହଜାର ୭୪୩ ଜଣଙ୍କୁ ରାଙ୍କ କାର୍ଡ ମିଳିଛି।

ଏହି ପରୀକ୍ଷା ପାଇଁ ମୋଟ୍ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ମୋଟ ୩୩ଟି ସ୍ଥାନରେ ୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic.in/odishajee.comରୁ ଡାଉନ୍‌ଲୋଡ କରିପାରିବେ। ଡାଉନଲୋଡ ସମୟରେ ନିଜର ଆପ୍ଳିକେସନ୍ ନମ୍ବର ଏବଂ ଜନ୍ମତାରିଖ ପ୍ରଦାନ କରିବାକୁ ପଡିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories