www.samajalive.in
Saturday, December 13, 2025
21.1 C
Bhubaneswar

ଗୋଛାପଡ଼ା ତଳିସାହି ରାସ୍ତାର ଅବସ୍ଥା ସୁଧୁରିବ କେବେ ?

ବାଉଁଶୁଣି : ବୌଦ୍ଧ ଜିଲା ଗୋଛାପଡା ଗ୍ରାମ ପଞ୍ଚାୟତର ଗୋଛାପଡା ଗ୍ରାମ ତଳସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ସରକାର ରାସ୍ତା ତିଆରି ସହ ଏହାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡୁଛି । ଗାଁରୁ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ଯିବା ଆସିବା ବେଳେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଦୁଃଖ ଓ ପରିତାପର ବିଷୟ ଗୋଛାପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଗତ ତା ୧୭.୦୪.୨୦୨୩ ରିଖ ଦିନ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣୀ ଓ ସମାଧାନ ଶିବିର ହୋଇଥିବା ବେଳେ ସେଠାରେ ରାସ୍ତା ପ୍ରସଙ୍ଗ ଉଠାଇ ଗ୍ରାମବାସୀ କଂକ୍ରିଟ ରାସ୍ତା ପାଇଁ ଦାବୀ କରିଥିଲେ । ହେଲେ ତିନି ମାସ ବିତିଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଯେହେତୁ ଏହା ଗ୍ରାମର ଦୈନିକ ଯିବା ଆସିବା ରାସ୍ତା ତେଣୁକରି ତୁରନ୍ତ ଏହି ରାସ୍ତା ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories