www.samajalive.in
Sunday, December 14, 2025
23.1 C
Bhubaneswar

ଗୁଣ ଜାଣି ଆରମ୍ଭ କରିବେ ସେବନ

ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଅଧିକାଂଶ ଲୋକେ ହୁଏତ ଜାଣିନଥିବେ। ଜାଣନ୍ତୁ..
ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ , ସି ଆଦି ରହିଥିବାରୁ ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।
ନିୟମିତ ଥଣ୍ଡା କାଶ , ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ପାଣିକୁ ପିଇଲେ ଏହା ସଂପୂର୍ଣ୍ଣ ଭଲ ହୋଇଥାଏ।
ପାଚିଲା ଅମୃତଭଣ୍ଡାରେ ବହୁ ଭିଟାମିନ ରହିଥିବାରୁ ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ ହିତକାରକ ଅଟେ।
ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ।
ଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସିଝା ଭଣ୍ଡାକୁ ନିୟମିତ ଖାଇଲେ ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ।
ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ପାଚିଲା ଅମୃତଭଣ୍ଡା ଭଳି କଞ୍ଚା ଅମୃତଭଣ୍ଡା ମଧ୍ୟ ପେଟ ପାଇଁ ଖୁବ ଲାଭଦାୟକ। ଏହା ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରିଥାଏ। ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ପାଇଁ ମଧ୍ୟ ଲାଭଦାୟକ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ଏହାକୁ ନିୟମିତ ଖାଇବା ବେଶ ଉପକାରୀ।
ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଶ୍ଚର୍ୟ୍ୟଜନକ ଲାଭ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଯକୃତ ପାଇଁ ଲାଭଦାୟକ ହେବା ସହ ଯକୃତ ଜନିତ ବିଭିନ୍ନ ସମସ୍ୟା ଦୂର ହେବାରେ ବେଶ ସହାୟକ ହୋଇଥାଏ।
ଏହାସହ କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଇ,ସି,ଏ ସହ ଆଣ୍ଟି-ଅକ୍ସିଡାଣ୍ଟ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories