www.samajalive.in
Tuesday, December 9, 2025
15.1 C
Bhubaneswar

ମହାନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ବଡ଼ମ୍ବା: ମହାନଦୀରେ ଗାଧୋଉଥିବା ବେଳେ ଅସାବଧାନତାବସତଃ ବୁଡ଼ିଯାଇ ସୋମବାର ପୂର୍ବାହ୍ନରେ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମହାନଦୀ କୂଳ ମୁଗଗହୀର ଗ୍ରାମର କଛ ସ୍ଵାଇଁଙ୍କ ପତ୍ନୀ ମିନତୀ ସ୍ଵାଇଁ (୬୫)। ଖବର ପାଇ ବଡ଼ମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ମହାନଦୀର ଗଭୀର ଜଳରୁ ମୃତକଙ୍କୁ ଉଦ୍ଧାର କରିଥିଲେ।

ସେହିଭଳି ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବରପାଇ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ ଜେନା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ ପ୍ରମୁଖ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ତତ୍କାଳ ସରକାରୀ ସହାୟତା ପାଇଁ ପ୍ରଶାସନର ସହଯୋଗ କାମନା କରିଥିଲେ। ଘଟଣାକୁ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଏକ ଶୋକାକୂଳ ପରିବେଶରେ ଅପରାହ୍ନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories