www.samajalive.in
Saturday, December 13, 2025
26.1 C
Bhubaneswar

ଜୀବନବିନ୍ଦୁ ରକ୍ତଦାନ ଶିବିର, ୧୫୦ ୟୁନିଟ୍ ରକ୍ତ ସଂଗୃହୀତ 

ତିଗିରିଆ :  ନିଜିଗଡ଼ ପଞ୍ଚାୟତ ବିଜୁ ମହିଳା, ଯୁବ, ଓ ଛାତ୍ର ଜନତାଦଳ ଆନୁକୂଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଭାଗିତାରେ  ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଯୁବନେତା ଆଦିତ୍ୟ ପ୍ରସାଦ ସ୍ଵାଇଁ  ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ଶିବିରରେ ୧୫୦ ୟୁନିଟ୍ ରକ୍ତ  ସଂଗ୍ରହ ହୋଇଛି।

କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ରାଉତ, ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି , ସମିତି ସଭ୍ୟଙ୍କ ପ୍ରତିନିଧି ପନିଆ ଖାଁ, ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ବ୍ଲକ ବିଜୁ ଜନତା ଦଳ ସଭାପତି ଅଜିତ ଧିର,  ମହିଳା ମୋର୍ଚ୍ଚା ସଭାପତି ରୂପା ଦଳେଇ, ମିଶନ ଶକ୍ତି ସଭାପତି ସମସୁରା ବେଗମ, ସେରିଫେଡ ଅଧ୍ୟକ୍ଷ ଭାଗୀରଥୀ ନନ୍ଦ, ତିଗିରିଆ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ଆଠଗଡ଼ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ହିମାଂଶୁ ଶେଖର ସ୍ୱାଇଁ, ତୋଫାନ ସାମଲ,  ଶୁଭେନ୍ଦୁ ଚାନ୍ଦ, ବୁଦ୍ଧି ସାହୁ, ଗୋପୀନାଥ କଅଁର, ଅଗୁର ଚନ୍ଦ୍ର ପଟ୍ଟନାୟକ, ଅନିକ ମହାପାତ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଚିତ୍ତରଞ୍ଜନ କଅଁର, ବିନୋଦାନନ୍ଦ ମହାପାତ୍ର, ତନୋଜ ପରିଡା, ଶ୍ୟାମ ପ୍ରସାଦ ପଣ୍ଡା ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା  ରକ୍ତଦାନ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ୟୁନିଟ କଟକର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ଶିବିରକୁ ଜୀବନ ବିନ୍ଦୁ ଆଠଗଡ଼ ଆବାହକ ରାକେଶ ଦାସ ଓ ସଂଯୋଜକ ପ୍ରଦୀପ୍ତ କୁମାର ଦାସ ପରିଚାଳନା କରିଥିଲେ। ଶେଷରେ ଅତିଥିମାନଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ପରିସରରେ ଚାରାରୋପଣ କରାଯଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories