ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ଆଜି କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। କଳିଙ୍ଗ ଏଜୁକେସନାଲ୍ ଆଣ୍ଡ୍ ସୋସିଆଲ୍ ୱେଲ୍ ଫେରାର୍ ଟ୍ରଷ୍ଟ ପକ୍ଷରୁ ଭୂବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ‘ବିଜୁବାବୁ ଦି ଲିଜେଣ୍ଡ୍’ ପୁସ୍ତକ ଉନ୍ମୋଚନ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ‘କଳିଙ୍ଗ ଗୌରବ ସମ୍ମାନ ୨୦୨୩’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଯୋଜନାବୋର୍ଡ ସଭ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ବିଧାୟକ ଅରବିନ୍ଦ ଢାଲି ଶ୍ରୀ ବାଗଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।
ସୂଚିତ ଯେ ସରପଞ୍ଚ ଶ୍ରୀ ବାଗ ଏହା ପୂର୍ବରୁ ଗତ ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାରଙ୍କ ଠାରୁ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଗ୍ରହଣ କରିଥିବା ବେଳେ ଆମ୍ବେଦକର ଇଣ୍ଟରନ୍ୟାସନାଲ ଭୁବନେଶ୍ବର ପକ୍ଷରୁ ନୂଆଦିଲ୍ଲୀ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ବାଗଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ରାଷ୍ଟ୍ରୀୟ ଗୌରବ’ ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଥିଲା।



