www.samajalive.in
Sunday, December 14, 2025
26.1 C
Bhubaneswar

ଏସୀୟ ଦୌଡକୁଦ ପ୍ରତିଯୋଗିତା, ୧୪ ପଦକ ସହ ୩ୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୫ତମ ସଂସ୍କରଣରେ ଶନିବାର ଚତୁର୍ଥ ଦିବସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୁରଲୀ ଶ୍ରୀଶଙ୍କର। ପୁରୁଷ ଲମ୍ବ ଡିଆଁରେ ଶ୍ରୀଶଙ୍କର ୮.୩୭ ମିଟର ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଶ୍ରୀଶଙ୍କର ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍‌ସ ପୁରୁଷ ଲମ୍ବଡିଅଁାରେ ଯୋଗ୍ୟତା ମାର୍କ ୮.୩୭ ମିଟର ରହିଛି। ଶ୍ରୀଶଙ୍କରଙ୍କ ଜୀବନର ଏହ​‌ା ଦ୍ବିତୀୟ ସର୍ବାଧିକ ସଫଳତା। ପୂର୍ବରୁ ଶ୍ରୀଶଙ୍କର ବୁଦାପେଷ୍ଟ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଶ୍ରୀଶଙ୍କର ୮.୪୧ ମିଟର ଡେଇଁ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଥିଲେ। ଚାଇନିଜ୍‌ ତାଇପେର ୟୁ ଟାଙ୍ଗ ଲିନ୍‌ ୮.୪୦ ମିଟର ସହ ସ୍ବର୍ଣ୍ଣ, ଚୀନର ଝାଙ୍ଗ ମିନକୁଙ୍ଗ ୮.୦୮ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ୪୦୦ ମିଟର ପୁରୁଷ ବାଧାଦୌଡରେ ଭାରତର ସନ୍ତୋଷ କୁମାର କାଂସ୍ୟ ପଦକ ଜିତିଛନ୍ତି। ସନ୍ତୋଷ ୪୯.୦୯ ସେକେଣ୍ଡ ସହ ୩ୟ ସ୍ଥାନରେ ରହିଥିଲେ। ଏଥିରେ କାତାରର ବାସିମ ମହମ୍ମଦ ହିମିଦା ୪୮.୬୪ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ଜାପାନର ୟୁସୁକା କୋଡାମା ୪୮.୯୬ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି। ମହିଳା ହେପ୍ଟାଥ୍ରେଲନରେ ସ୍ବପ୍ନା ବର୍ମନ ରୌପ୍ୟ ପଦକ ଜିତିଛନ୍ତି। ସ୍ବପ୍ନା ୫୮୪୦ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏଥିରେ ଉଜବେକିସ୍ତାନର ଇକାତ୍ରିନା ଭୋରୋନିନା ୬୦୯୮ ପଏଣ୍ଟ ସହ ସ୍ବର୍ଣ୍ଣ ଓ ଜାପାନର ୟୁକି ୟାମାସାକି ୫୬୯୬ ପଏଣ୍ଟ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଲମ୍ବ ଡିଆଁରେ ଭାରତର ସାହିଲି ସିଂହ ୬.୫୪ ମିଟର ଡେଇଁ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏଥିରେ ଜାପାନର ସୁମିରେ ହାତା୬.୯୭ ମିଟର ସହ ସ୍ବର୍ଣ୍ଣ ଓ ଚୀନର ଜୋଙ୍ଗ ଜାୱାଇ ୬.୪୬ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ଭାରତ ପ୍ରତିଯୋଗିତାରେ ଏପଯ୍ୟନ୍ତ ୬ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ୧୪ ପଦକ ପାଇ ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଜାପାନ ୧୧ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୮ କାଂସ୍ୟ ସହ ୨୯ ପଦକ ପାଇ ଶୀର୍ଷ ଓ ଚୀନ ୬ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୪ କାଂସ୍ୟ ସହ ୧୭ ପଦକ ପାଇ ଦ୍ବିତୀୟ ସ୍ଥାନରେ ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories